ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାର ହଜାରେ ପିଲାଙ୍କୁ ନିଯୁକ୍ତି ଦେବ ଏଚ୍‌ସିଏଲ୍‌

ଦ୍ବାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ….

ଦେଶର ଅଗ୍ରଣୀ ଆଇଟି କଂପାନି ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ ଚଳିତ ବର୍ଷ ରାଜ୍ୟରୁ ୧୦୦୦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଦ୍ବାଦଶ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ଏହା ‘ଟେକ୍‌ବି’ ନାମକ କାର୍ଯ୍ୟକ୍ରମ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମରେ କଂପାନି ରାଜ୍ୟର ବିଭିନ୍ନ ସହର ଯଥା ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, କୋରାପୁଟ ଓ କଟକରେ ସାକ୍ଷାତକାର ଆୟୋଜନ କରିବ। ଜୁନ୍ ୧୮ରୁ ଜୁଲାଇ ୨୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ଦ୍ବାଦଶ ଶ୍ରେଣୀରେ ଓ ଗଣିତରେ ୬୦% ମାର୍କ ରଖି ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ପଞ୍ଜୀକରଣ କରିପାରିବେ।

ଏ ସମ୍ପର୍କରେ କଂପାନିର ଉପସଭାପତି ସୁବ୍ବାରାମ ବି କହିଛନ୍ତି ଯେ ୨୦୧୭ରେ ଟେକ୍‌ବି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ଜରିଆରେ ବର୍ତ୍ତମାନ ସୁଦ୍ଧା ୭ ହଜାର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇଛି। ଚଳିତ ବର୍ଷ କଂପାନି ମୋଟ ୪୫ ହଜାର ନୂଆ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ସେଥିରୁ ୧୨,୦୦୦-୧୫୦୦୦ ନିଯୁକ୍ତି ଟେକ୍‌ବି କାର୍ଯ୍ୟକ୍ରମ ଜରିଆରେ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି କଂପାନି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍‌ଡିଏ) ସହ ମିଶି କାର୍ଯ୍ୟ କରୁଛି। ପ୍ରଥମ ଥର ଲାଗି କଂପାନି ରାଜ୍ୟରେ ଏ‌ଥିପାଇଁ ସାକ୍ଷାତକାରର ବ୍ୟବସ୍ଥା କରିଛି।

ଏଚ୍‌ସିଏଲ୍‌ ଟେକ୍‌ବି ହେଉଛି ଏକ ବର୍ଷିକିଆ କାର୍ଯ୍ୟକ୍ରମ ଯେଉଁଥିରେ ଚୟନ କରାଯିବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ଛଅ ମାସ ‌ଶିକ୍ଷାଦାନ କରାଯିବ ଓ ଶେଷ ୬ ମାସ ଇଣ୍ଟର୍ନସିପ୍ ସୁବିଧା ଦିଆଯିବ। ଇଣ୍ଟର୍ନସିପ୍‌ ବେଳେ ସେମାନଙ୍କୁ ମାସିକ ୧୦,୦୦୦ ଟଙ୍କା ଷ୍ଟାଇପେଣ୍ଡ୍ ପ୍ରଦାନ କରାଯିବ। କିନ୍ତୁ ଚୟନ କରାଯିବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଏଥିପାଇଁ ଟିକସ ସମେତ ୧ ଲକ୍ଷ ଟଙ୍କାର ଫି’ ଦେବାକୁ ପଡ଼ିବ। ଟେକ୍‌ବି କାର୍ଯ୍ୟକ୍ରମ ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସେହି ସୁବିଧା ପ୍ରଦାନ କରିବା ଲାଗି କଂପାନି ବିଟ୍‌ସ ପିଲାନି, ଶାସ୍ତ୍ର ବିଶ୍ବବିଦ୍ୟାଳୟ ଓ ଆମିଟି ବିଶ୍ବବିଦ୍ୟାଳୟ ସହ ବୁଝାମଣା କରିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆର୍‌ପିଭିଏ ଓ ପାଓ ପକ୍ଷରୁ ଦୁଇଦିନିଆ କର୍ମଶାଳା ଆୟୋଜିତ

Sunil Chandra Nayak

ସହିଦ୍ ନୁଦୁରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟର ସ୍ମରଣିକା ପ୍ରସ୍ତୁତି ବୈଠକ

Sunil Chandra Nayak

ଚାରବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ମାଁ ମାଣ ପୁରିଆଣୀ ବିକାଶ ମଞ୍ଚ ବିଧାୟକଙ୍କୁ ଭେଟିଲେ

Sunil Chandra Nayak

Leave a Comment

error: Content is protected !!