ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଉରିଆ କିପରି ଭାଙ୍ଗିଲେ ଅହଙ୍କାରୀ ବ୍ଯକ୍ତିଙ୍କ ଗର୍ବ

ନାଉରିଆ କିପରି ଭାଙ୍ଗିଲେ ଅହଙ୍କାରୀ ବ୍ଯକ୍ତିଙ୍କ ଗର୍ବ

  ଜଣେ ଲୋକ ଜୀବନର ଅର୍ଦ୍ଧେକ ପାଠପଢାରେ ବିତେଇ ଦେଲେ । ଏତେ ପଢା ଲେଖା କରି ମଧ୍ୟ ତାଙ୍କ ମନରେ ବହୁତ୍ ଗର୍ବ ଥାଏ । ସେ ନିଜକୁ ସର୍ବଶ୍ରେଷ୍ଠ ବିଦ୍ବାନ ଭାବେ ମନେକରେ । ଅନ୍ୟ ସମସ୍ତଙ୍କର ବିଦ୍ଯା ଓ ଜ୍ଞାନକୁ ଅସ୍ବୀକାର କରେ ।

       ଥରେ ଏହି ବ୍ଯକ୍ତି ଜଣକ କୌଣସି ସ୍ଥାନକୁ ଯିବାକୁ ବାହାରିଲା । ରାସ୍ତାରେ ଯିବାବେଳେ ନଦୀ ପାର ହେବାକୁ ପଡିଲା । ନଦୀ ପାର ହେବା ପାଇଁ ବ୍ଯକ୍ତି ଜଣକ ଡ଼ଙ୍ଗାରେ ବସିଲେ । ମନରେ ଗର୍ବଭାବ ରଖି ନାବିକକୁ ପଚାରିଲେ କ’ଣ ତୁମେ ବ୍ଯାକରଣ ପଢିଛ । ନାଉରିଆ ମନା କଲା । ଅହଙ୍କାରୀ ବ୍ଯକ୍ତି ଜଣକ କହିଲେ ଜୀବନର ଅଧା ବେକାର କରିଦେଲ । ନାବିକ ଚୁପଚାପ୍ ରହିଲା ।

       ଆକାଶରେ ବାଦଲ ଘୁରୁଥାଏ । ପବନ ବହୁଥାଏ । କିଛି ସମୟ ପରେ ବ୍ଯକ୍ତି ଜଣକ ନାଉରିଆକୁ ପୁଣି ପଚାରିଲା ତୁମେ ଇତିହାସ ଓ ଭୁଗୋଳ ପଢିଛ । ନାଉରିଆ ପଢି ନଥିବା କହିଲା । ଏହି ବ୍ଯକ୍ତି ଜଣଙ୍କ କହିଲେ ତା’ ହେଲେ ତ ତୁମର ପୁରା ଜୀବନ ବେକାର ହୋଇଗଲା । ନାଉରିଆ ଏବେ କ୍ରୋଧିତ ହୋଇଗଲା । କିନ୍ତୁ ସେହି ସମୟରେ କିଛି କହିଲା ନାହିଁ । ଦୈବ ଯୋଗରୁ ପ୍ରଚଣ୍ଡ ପବନରେ ନୌକାଟି ଭଉଁରୀ ମଧ୍ୟରେ ପଶିଗଲା । ନାଉରିଆ ଉଚ୍ଚ ସ୍ବରରେ କହିଲା ଭାଇ ସାହେବ ଆପଣ ପହଁରା ଶିଖିଛନ୍ତି । ଦାମ୍ଭିକ ବ୍ଯକ୍ତି କହିଲେ ନା, ମୋତେ ପହଁରା ଜଣାନାହିଁ । ନାଉରିଆ କହିଲେ ତେବେ ତ ଆପଣଙ୍କୁ ବଞ୍ଚାଇବାକୁ ଇତିହାସ ଓ ଭୁଗୋଳକୁ ଡାକିବାକୁ ପଡିବ । ନତୁବା ଆପଣଙ୍କ ସମସ୍ତ ପଢା ବରବାଦ୍ ଯିବ । କାରଣ ଡଙ୍ଗା ଏବେ ଭଉଁରୀ ମଧ୍ୟରେ ଘୁରୁଛି । ଆଉ କିଛି ସମୟ ମଧ୍ୟରେ ବୁଡିଯିବ । ଏହା କହି ନାଉରିଆ ନଦୀକୁ କୁଦା ମାରିଲା ଏବଂ ତୁରନ୍ତ ପହଁରି ପହଁରି କୂଳ ଆଡ଼କୁ ଗଲା । ସେତେବେଳେ ଦାମ୍ଭିକ ବ୍ଯକ୍ତି ଜଣକ ବୁଝିଲେ କୌଣସି ବିଦ୍ଯାରେ ପାରମଙ୍ଗତା ନେଇ ଗର୍ବ କରିବା ଅନୁଚିତ୍ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ଲୁହାଗାଁ ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଆମ ବାଡି ଆମ ଅଗଣା

Leave a Comment

error: Content is protected !!