ନାଉରିଆ କିପରି ଭାଙ୍ଗିଲେ ଅହଙ୍କାରୀ ବ୍ଯକ୍ତିଙ୍କ ଗର୍ବ
ଜଣେ ଲୋକ ଜୀବନର ଅର୍ଦ୍ଧେକ ପାଠପଢାରେ ବିତେଇ ଦେଲେ । ଏତେ ପଢା ଲେଖା କରି ମଧ୍ୟ ତାଙ୍କ ମନରେ ବହୁତ୍ ଗର୍ବ ଥାଏ । ସେ ନିଜକୁ ସର୍ବଶ୍ରେଷ୍ଠ ବିଦ୍ବାନ ଭାବେ ମନେକରେ । ଅନ୍ୟ ସମସ୍ତଙ୍କର ବିଦ୍ଯା ଓ ଜ୍ଞାନକୁ ଅସ୍ବୀକାର କରେ ।
ଥରେ ଏହି ବ୍ଯକ୍ତି ଜଣକ କୌଣସି ସ୍ଥାନକୁ ଯିବାକୁ ବାହାରିଲା । ରାସ୍ତାରେ ଯିବାବେଳେ ନଦୀ ପାର ହେବାକୁ ପଡିଲା । ନଦୀ ପାର ହେବା ପାଇଁ ବ୍ଯକ୍ତି ଜଣକ ଡ଼ଙ୍ଗାରେ ବସିଲେ । ମନରେ ଗର୍ବଭାବ ରଖି ନାବିକକୁ ପଚାରିଲେ କ’ଣ ତୁମେ ବ୍ଯାକରଣ ପଢିଛ । ନାଉରିଆ ମନା କଲା । ଅହଙ୍କାରୀ ବ୍ଯକ୍ତି ଜଣକ କହିଲେ ଜୀବନର ଅଧା ବେକାର କରିଦେଲ । ନାବିକ ଚୁପଚାପ୍ ରହିଲା ।
ଆକାଶରେ ବାଦଲ ଘୁରୁଥାଏ । ପବନ ବହୁଥାଏ । କିଛି ସମୟ ପରେ ବ୍ଯକ୍ତି ଜଣକ ନାଉରିଆକୁ ପୁଣି ପଚାରିଲା ତୁମେ ଇତିହାସ ଓ ଭୁଗୋଳ ପଢିଛ । ନାଉରିଆ ପଢି ନଥିବା କହିଲା । ଏହି ବ୍ଯକ୍ତି ଜଣଙ୍କ କହିଲେ ତା’ ହେଲେ ତ ତୁମର ପୁରା ଜୀବନ ବେକାର ହୋଇଗଲା । ନାଉରିଆ ଏବେ କ୍ରୋଧିତ ହୋଇଗଲା । କିନ୍ତୁ ସେହି ସମୟରେ କିଛି କହିଲା ନାହିଁ । ଦୈବ ଯୋଗରୁ ପ୍ରଚଣ୍ଡ ପବନରେ ନୌକାଟି ଭଉଁରୀ ମଧ୍ୟରେ ପଶିଗଲା । ନାଉରିଆ ଉଚ୍ଚ ସ୍ବରରେ କହିଲା ଭାଇ ସାହେବ ଆପଣ ପହଁରା ଶିଖିଛନ୍ତି । ଦାମ୍ଭିକ ବ୍ଯକ୍ତି କହିଲେ ନା, ମୋତେ ପହଁରା ଜଣାନାହିଁ । ନାଉରିଆ କହିଲେ ତେବେ ତ ଆପଣଙ୍କୁ ବଞ୍ଚାଇବାକୁ ଇତିହାସ ଓ ଭୁଗୋଳକୁ ଡାକିବାକୁ ପଡିବ । ନତୁବା ଆପଣଙ୍କ ସମସ୍ତ ପଢା ବରବାଦ୍ ଯିବ । କାରଣ ଡଙ୍ଗା ଏବେ ଭଉଁରୀ ମଧ୍ୟରେ ଘୁରୁଛି । ଆଉ କିଛି ସମୟ ମଧ୍ୟରେ ବୁଡିଯିବ । ଏହା କହି ନାଉରିଆ ନଦୀକୁ କୁଦା ମାରିଲା ଏବଂ ତୁରନ୍ତ ପହଁରି ପହଁରି କୂଳ ଆଡ଼କୁ ଗଲା । ସେତେବେଳେ ଦାମ୍ଭିକ ବ୍ଯକ୍ତି ଜଣକ ବୁଝିଲେ କୌଣସି ବିଦ୍ଯାରେ ପାରମଙ୍ଗତା ନେଇ ଗର୍ବ କରିବା ଅନୁଚିତ୍ ।।