ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୌସୁମୀ ହେ ତୁମେ ଆସ

ମୌସୁମୀ ହେ ତୁମେ ଆସ

 

ଉପେନ୍ଦ୍ର କୁମାର ବସ୍ତିଆ

 

ମୌସମୀ ହେ ତୁମେ ଆସିଯାଅ ଧାମେ 

    ନିଦାଘ ଯାଇଛି ଫେରି 

ରୋଷଣୀ ସଜେଇ ଓଢ଼ଣୀ ପକାଇ 

    ଆସ ତୁମେ ଅବତରି 

ଧରଣୀ ବକ୍ଷେ ଭରିଦିଅ ତୁମେ 

    ଶସ୍ୟ ସମ୍ଭାର ଶିରି  

     ନିଦାଘ ଯାଇଛି ଫେରି ।

ତୁମ ଆଗମନେ ଧରଣୀ ବକ୍ଷେ 

   ଆଦ୍ୟ ଅସରା ଝରେ 

ବେଙ୍ଗୁଲି ନାନୀଟା ସାରୁମୁଳେ ବସି 

    ହୁଳହୁଳି ସ୍ୱନ କରେ 

ମେଘ ସବାରୀରୁ ଓହ୍ଲାଇ ଆସ ହେ 

    ସୃଜନୀ ପସରା ଧରୀ 

   ନିଦାଘ ଯାଇଛି ଫେରି ।

ବିନ୍ଦୁ ବିନ୍ଦୁ ହୋଇ ଝରିପଡ଼ ଯେବେ 

    ଟାଙ୍ଗରା ଭୁଇଁର କୋଳେ 

ତୁମରି ପରଶେ କଦମ୍ବ କଢୀ 

    ପସ୍ଫିତିଟ ହୁଏ ଭୋଳେ 

ଅବାରିତ ଭାବେ ଝରାଇ ଦିଅ ଗୋ 

    ସଂଜୀବନୀ ସୁଧା ବାରୀ 

    ନିଦାଘ ଯାଇଛି ଫେରି ।

ତୁମରି ପଥକୁ ଏ ସାରା ଜଗତ 

    ଚାହିଁଛି ଚାତକ ପରି

ତୃଷିତ ଧୂସର ଧରଣୀ ପୃଷ୍ଠେ 

    ସବୁଜିମା ଦିଅ ଭରି 

    ନିଦାଘ ଯାଇଛି ଫେରି ।

ବାଉଁଶ ବଣରୁ ଡାହୁକ ଶୁଣାଏ 

    ତୁମ ଆଗମନି ବାର୍ତ୍ତା 

କେବଳ କୃଷକ ବନ୍ଧୁ ନୁହ ତୁମେ 

    ଜୀବ ଜଗତର ସ୍ରଷ୍ଟା 

ଜନ ସମାଜର ମନେ ଭରିଦିଅ 

    ଆଶାର ଆଲୋକ ଢ଼ାଳି

   ନିଦାଘ ଯାଇଛି ଫେରି ।

ତୁମେ ନ ଆସିଲେ ମହାମାରୀ ସୃଷ୍ଟି 

    ଆସଇ ଅକାଳେ ମାଡ଼ି 

ସବୁରୀ ମନରେ ନୈରାସର ଭାବ 

    ହା ହା କାର ଯାଏ ବଢି 

ଭୟେ ବିହ୍ଵଳିତ ମାନବ ସମାଜ

    ରୋମାଞ୍ଚ ଯାଆଇ ଭରି 

    ନିଦାଘ ଯାଇଛି ଫେରି ।

ରାଉରକେଲା

 

Related posts

ସାଇକେଲ ଆରୋହୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ରାସ୍ତା ଅବରୋଧ ନେଇ ପୋଲିସ ଓ ପ୍ରଶାସନକୁ ଦୁର୍ବ୍ୟବହାର ମାମଲାରେ ୭ ଜଣ କୋର୍ଟ ଚାଲାଣ 

Sunil Chandra Nayak

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏ ଜୀବନ ଗଣିତ ବହି

Sunil Chandra Nayak

Leave a Comment

error: Content is protected !!