ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ବାରଙ୍ଗନା

ବାରଙ୍ଗନା

 

ନଳିନୀ ପ୍ରଭା ମିଶ୍ର

 

ରାତ୍ରି ଅନ୍ଧାରୀ ର ସେ ଅଭିସାରିକା

  ନାହିଁ ତା’ର ପରିଚୟ

ବାରଙ୍ଗନା ସିଏ ଘୃଣ୍ୟ ଚରିତ୍ର

  ଘଟିଛି ତା’ ଅବକ୍ଷୟ।

ଦିନେ ମଧ୍ୟ ସିଏ ହୋଇଥିଲା

 ଏକ ଜନ୍ମିତ ଶିଶୁ କନ୍ୟା

ମନରେ ଥିଲା ତା’ ଅସୁମାରି 

 ଆଶା ସୁଖ କଳ୍ପନା ର ବନ୍ୟା।

ଯୋୖବନ ଆସିଲା ଦେହ ଛୁଇଁ

 ଗଲା ଧରିଲା ମଦ୍ୟପ ହାତ

ଜୀବନ ର ଦାଉ ଭଗାରି ସାଜିଲା

  ଦୁଃଖ ହେଲା ଅପ୍ରମିତ।

ଜଠର ର କ୍ଷୂଧା ହୋଇଲା 

  ଅସହ୍ୟ ତେଜି ସାମାଜିକ ଭୟ

ବାରଙ୍ଗନା ସିଏ ହେଲା ସମାଜରେ

  କିଏ ହେବ ତା ସହାୟ।

ଭଦ୍ର ମୁଖା ତଳେ କାମୁକ ରାକ୍ଷସ

  ଲୁଟେ ତା’ର ଯୋୖବନ

ରାତ୍ରି ସରିଗଲେ ଶେଷ ହୋଇଯାଏ

  ଦେହ ଦାନ ନିର୍ବାଚନ।

କିଏ ବୁଝେ ଅବା ! ଅକୁହା ଵେଦନା

  ମନ ତଳ ଦୁଃଖ ତା’ର

ଦେହ ବିନିମୟେ କେତେଟା ଟଙ୍କାର

  ରାତ୍ରିର ରୋଜଗାର।

ସମସ୍ତେ ତାକୁ କରିଥାନ୍ତି ଘୂଣା

  ନିଜକୁ ସେ ଦିଏ ଜାଳି

ବାସନ୍ଦ ସିଏ ସମାଜ ମଧ୍ୟ ରୁ

 ଆଶ୍ରା ତା’ ଅନ୍ଧାର ଗଳି।

ଏ ସମାଜ ଯଦି ବାରଙ୍ଗ ନା କଥା

   କରିବ ହୃଦୟଙ୍ଗମ

ମୁଖ୍ୟ ସ୍ରୋତରେ ହୋଇବ ସାମିଲ

   ଜୀବନେ ଲଭିବ ପୂଣ୍ୟ।

ସତୀତ୍ଵ ର ବ୍ୟାଖା ହଜି ଯାଏ 

   ଆଜି ସଭ୍ୟତା କହେ କଥା

ବାରଙ୍ଗ ନା ଲାଗି ରହିଛି କି !ଏକ

  ନିର୍ଦ୍ଦିଷ୍ଟ ଗଣିକା ପ୍ରଥା।

ମଣିଷ ର ପରି ସିଏ ତ! ମଣିଷ

  ଘୃଣ୍ୟ ବୃତ୍ତିର ପ୍ରତି

ସଚେତନ ହେଉ ଏ ଜନ‌ ସମାଜ

  କରିବାକୁ ତା’ର ଈତି।

 

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ଆସନ୍ତୁ ଜାଣିବା, ପୁରାଣ ବର୍ଣ୍ଣନାରୁ ଦୀପ ବିଷୟରେ 

Sunil Chandra Nayak

ଖରିଆର ଠାରେ ଜୟ ମାତାଦି ଗ୍ରୁପ ତରଫରୁ ୭୬ ତମ ଆଜାଦି କି ଅମୃତ ମହୋତ୍ସବ ଜୋର ସୋର ରେ ପାଳନ

Sunil Chandra Nayak

ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଖମାରୀଙ୍କ ପରଲୋକ, ୮୧ ବର୍ଷ ରେ ଖଡ଼ିଆଳ ମିଶନରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!