ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ଯବିବାହ ଏକ ସାମାଜିକ କଳଙ୍କ, ଏହାକୁ ନେଇ ଏକ ସଚେତନ କର୍ମଶାଳା ଅନୁଷ୍ଠିତ

ଥୁଆମୂଳ ରାମପୁର:୧୮/୬ – ମ.ନି.ସ:- ବାଲ୍ଯବିବାହ ଏକ ସାମାଜିକ କଳଙ୍କ ତାକୁ ନେଇ କର୍ତ୍ତବ୍ୟ ସଂସ୍ଥା ଓ ଅନ୍ତୋଦୟ ସଂସ୍ଥାର ସହଯୋଗରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କନଫରନ୍ସ ହଲରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବାଲ୍ଯବିବାହ ନିରୋଧ ଉଦ୍ଦେଶ୍ୟରେ ହୋଇଥିବା ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡିର ସଦସ୍ୟ ଶ୍ରୀ ସୁଧାଂଶୁ ନନ୍ଦ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଡିପିଓ ଶ୍ରୀମତୀ ଡି.ଏମ କନ୍ଦପାନ,କଲେଜର ପ୍ରିନ୍ସିପାଳ ଶ୍ରୀ ସତ୍ଯନାରାୟଣ ମୁଣ୍ତଛିନା ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ମାଝୀ, କର୍ତ୍ତବ୍ୟ ସଂସ୍ଥାର ମୁଖ୍ୟ ଶ୍ରୀ ଅଶୋକ ପଟ୍ଟନାୟକ, ଅନ୍ତୋଦୟ ସଂସ୍ଥା ର ମୁଖ୍ୟ ଦିଲ୍ଲୀପ ଦାସ, ଏବିଡିଓ ଶ୍ରୀ ଭରତ ମେହେର, ସମେତ୍ ଥୁଆମୂଳ ରାମପୁର ବ୍ଳକର ସରପଞ୍ଚ, ସମିତି ସଭ୍ଯ ସଭ୍ଯା, ଶିକ୍ଷା ବିଭାଗ, ସମନ୍ନିତ ଶିଶୁ ବିକାଶ ଯୋଜନା, ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତା ସମେତ୍ ସାମାଜର କିଛି ବ୍ଯକ୍ତି ବିଶେଷ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ମାନେ ସମାଜରେ ହେଉଥିବା ବାଲ୍ଯବିବାହ ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ। ସମାଜର କିଛି ପରିବାରରେ ଥିବା ସଚେତନତା ଅଭାବଯୋଗୁଁ ବାଲ୍ଯବିବାହ ହେଉଛି। ଏହାକୁ ନିରୋଧ କରିବାନେଇ ସମାଜର ସମସ୍ତ ବ୍ଯକ୍ତିଙ୍କ ସଚେତନ ହେବା ଆବଶ୍ୟକତା ରହିଅଛି। ଏହାଛଡା ମନୁଷ୍ୟ ସମାଜର ପ୍ରତ୍ୟେକ ବ୍ଯକ୍ତିଙ୍କର କର୍ତ୍ତବ୍ୟ ରହିଅଛି ନିଜନିଜ ପରିବାରର ସଦସ୍ୟ ସଚେତନ ରହିବା ସହିତ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ମାନେ ମଧ୍ୟ ନାଁବାଳିକା ମାନଙ୍କୁ ସଚେତନ କରିବା ପାଇଁ ସହାୟତା ହେବା ନିହାତି ଜରୁରୀ ରହିଅଛି ବୋଲି ନିମନ୍ତ୍ରିତ ଅତିଥି ମାନେ ତାଙ୍କର ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ କର୍ତ୍ତବ୍ୟ ଅନୁଷ୍ଠାନର ଅଶୋକ ପଟ୍ଟନାୟକ। ଅନ୍ତୋଦୟର ଶ୍ରୀ ରବିନାରାୟଣ ସିଂହ, ବୀଣାକାର ନାଏକ, ଓ କର୍ତ୍ତବ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ ଆଲୋକ ପ୍ରଧାନ, ଶ୍ରୀ ସମ୍ପଦ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଛାତିଏ ପାଣି ନାଳ ପାର ହୋଇ ମସାଣୀ କୁ ଗଲା ଶବ 

Sunil Chandra Nayak

ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶା

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!