ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ଭାଷା ସାହିତ୍ୟ ସଂସ୍କୃତି ବିଭାଗ “ଚରୈ ବତି “ଉନ୍ମୋଚିତ

ଢେଙ୍କାନାଳ :ଅଦ୍ୟ ତା ୧୮.୦୬.୨୦୨୨ ରିଖ ଶନିବାର ଦିନ ଢେଙ୍କାନାଳ ସହର ସ୍ଥିତ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସଭାପତି ଙ୍କ ସଭାପତିତ୍ୱ ରେ ଫୋରମ ର ଭାଷା ସାହିତ୍ୟ ସଂସ୍କୃତି ବିଭାଗ “ଚରୈବେତି “ଯାଉଁଳି ପୋଖରୀ ମଠ ର ମହନ୍ତ ଶ୍ରୀ ଶ୍ରୀ ବ୍ରହ୍ମାନନ୍ଦ ଦାସ ମହାରାଜ ଏବଂ ଜାତୀୟ ଖ୍ୟାତି ସମ୍ପନ୍ନ ଭାଷାବିଦ, ରାମାୟଣ ପ୍ରବଚକ ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ବରିଷ୍ଠ ସାହିତ୍ୟ ପ୍ରେମୀ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ଦାସ ଙ୍କ କର କମଳ ରେ ଉନ୍ମୋଚିତ ହେଇ ଯାଇଛି |ଉକ୍ତ ଉନ୍ମୋଚନ ଉତ୍ସବ ର ଅଵ୍ୟ ବହିତ ପୂର୍ବରୁ ଫୋରମ ର ବରିଷ୍ଠ ସଦସ୍ୟ ପତିତପାବନ ରାଉତ ଙ୍କ ପୌରାହିତ୍ୟ ଏବଂ କବି ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ସଂଯୋଜନା ରେ କବି ବୈକୁଣ୍ଠ ନାଥ ଦ୍ବିବେଦୀ, ଭୋଜରାଜ ସାହୁ, ପ୍ରେମାନନ୍ଦ ରାଉତ, ପ୍ରକାଶ ଚନ୍ଦ୍ର ରାଉତ, ସୁଶୀଲ କୁମାର ନନ୍ଦ, ରାମ ଦେବତା, ଦେବ ପ୍ରସାଦ ସାହୁ, ଶଙ୍କର୍ଷଣ ଶତପଥୀ,ଦୁର୍ଗା ଚରଣ ରାଉତ, ରବୀନ୍ଦ୍ର ସାହୁ,ବିଭୁ ଦ୍ବିବେଦୀ, ବିଦ୍ୟାଧର ବାରିକ,ବୈକୁଣ୍ଠ ବିହାରୀ ସ୍ୱାଇଁ,କବୟିତ୍ରୀ ସଂଯୁକ୍ତା ଶରଣ, ନନ୍ଦୀ କେଶ୍ବରୀ ନାଥ, ବିଶ୍ଵପ୍ରଜ୍ଞା ଷଡ଼ଙ୍ଗୀ ଶିଶୁ କବି ଅଂଶୀତା ପଟ୍ଟନାୟକ ଙ୍କ ସମେତ ପ୍ରାୟ 21 ଜଣ କବି କବିତା ପାଠ କରି ଥିଲେ | ପରେ ପରେ ମହନ୍ତ ମହାରାଜ, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଉପସ୍ଥିତ ସଦସ୍ୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଭୁ ଦ୍ବିବେଦୀ ଙ୍କ ମନ୍ତ୍ର ପାଠରେ ରାମାୟଣ ଗ୍ରନ୍ଥ ର ପୂଜା କରି  ଉନ୍ମୋଚନ ଉତ୍ସବ କୁ ଉଦଘାଟନ କରିଥିଲେ |ଉକ୍ତ ଉତ୍ସବ ରେ ମହନ୍ତ ମହାରାଜ ଏବଂ ପଣ୍ଡିତ ମିଶ୍ର ସାମ୍ପ୍ରତିକ ସମାଜ କୁ ରାମାୟଣ ର ଶିକ୍ଷା ବିଷୟ ରେ ପ୍ରବଚନ ଦେଇ ସୁସ୍ଥ ପରିବାର ଗଠନ ପାଇଁ ସମାଜ କୁ ଆହ୍ୱାନ ଦେଇଥିଲେ |କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଚରୈବେତି ର ପ୍ରମୁଖ ସୁଶୀଲ କୁମାର ନନ୍ଦ ଚରୈବେତି ଜନ୍ମ ର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବିଷୟ ରେ ଗଭୀର ଆଲୋକପାତ କରି ଥିଲେ |ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଫୋରମ ର ଅତିଥି ନିର୍ମଳ ଚନ୍ଦ୍ର ଦାସ ଫୋରମ କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିବା ସହିତ ଫୋରମ ର ବହୁବିଧ ଉନ୍ନତି କାମନା କରିଥିଲେ |ଉକ୍ତ ଉତ୍ସବ ରେ ଫୋରମ ର ବରିଷ୍ଠ ସଦସ୍ୟ ଦେବୀ ପ୍ରସନ୍ନ ପାଣି,ସଦସ୍ୟା ସୁନିତା ପଟ୍ଟନାୟକ,ଅତିଥି ସଦସ୍ୟ କଲ୍ୟାଣ କାନୁନଗୋ ଆଦି ବକ୍ତବ୍ୟ ପ୍ରଦାନ କରିଥିଲେ |

ପରିଶେଷରେ ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ ନିଜର ଅଭିଭାଷଣ ପ୍ରଦାନ କରି ଉପସ୍ଥିତ ବିଜ୍ଞ ପ୍ରାଜ୍ଞ ମାନେ ଫୋରମ ର ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମ କୁ ସହଯୋଗ କରିବାକୁ ନିବେଦନ କରିଥିଲେ |ପରିଶେଷରେ ବରିଷ୍ଠ କବି ଶ୍ରୀ ଯୁକ୍ତ ପ୍ରେମାନନ୍ଦ ରାଉତ ଧନ୍ୟବାଦ ଧନ୍ୟବାଦ ପ୍ରଦାନ କରିଥିଲେ | ଉକ୍ତ ଉତ୍ସବ ରେ ଫୋରମ ର ସଭାପତି, ସମ୍ପାଦକ, କୋଷାଧକ୍ଷ ଙ୍କ ସମେତ ଫୋରମ ର ବରିଷ୍ଠ ସଦସ୍ୟ ବିନୋଦ ମଲ୍ଲିକ,ପତିତପାବନ ରାଉତ,ଅବିନାଶ ପଟ୍ଟନାୟକ, ସାମାଜିକ କାର୍ଯ୍ୟକର୍ତ୍ତା ପ୍ରମୁଖ ଦେବୀ ପ୍ରସନ୍ନ ପାଣି, ରାମ ଚନ୍ଦ୍ର ଦେବତା, ସୁଶୀଲ କୁମାର ନନ୍ଦ, ବିବେକାନନ୍ଦ ଷଡ଼ଙ୍ଗୀ,ଉପଦେଷ୍ଟା ଟଙ୍କଧର ବେହେରା,ଦୀପକ ପ୍ରସାଦ ଭୁ ପଟ୍ଟନାୟକ ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, କିଶୋର ସଦସ୍ୟ ଉରଜିତ ଶତପଥୀ ଏବଂ ପ୍ରସାର ପ୍ରମୁଖ ଭୋଜରାଜ ସାହୁ ସକ୍ରିୟ ଭାବେ ସହଯୋଗ କରିଥିଲେ |

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ଭାରତୀୟ ଜନତା ପାର୍ଟି ର ନଗର କାର୍ଯ୍ଯକାରିଣୀ ବୈଠକ

Sunil Chandra Nayak

ମଦ ପୋଚ ନଷ୍ଟ କଲା ଖାତିଗୁଡା ପୋଲିସ 

Sunil Chandra Nayak

ପର୍ଲା ଠାରେ ଏସ ଟି , ଏସ୍ ସି , ଓ ବି ସି ବୁଦ୍ଧିଜୀବି ସମ୍ବିଳନି ଓ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!