ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

    ସଂସାର

ସହଜ ନୁହଁଇ ସଂସାର ଗଢ଼ିବା

ଅଛି କେତେ ସୁଖ ଦୁଃଖ

କାହା ଭାଗ୍ୟେ ଲେଖା ସୁଖର ପାହାଡ଼

କାହା ଭାଗ୍ୟେ ଦେଲ ଦୁଃଖ

କି ବିଚାର କଲ କୁହେ ହେ ଠାକୁର 

ମିଳୁନାହିଁ ଟିକେ ସୁଖ

ସହଜ ନୁହଁଇ …………..୧ 

 

ସମଭାବ ନାହିଁ ତୁମରି ସଂସାରେ

ଅଛି ଏଠି ଭେଦ ଭାବ

ସବୁରି ଶରୀରେ ତୁମେ ପରା ଅଛ

ନାହିଁ ତୁମ ଏହି ଭାବ

କୁହ ପ୍ରଭୁ ତୁମେ କାହିଁ ପାଇଁ ଏଠି

ଭେଦଭାବ କରି ଦେଖ

ସହଜ ନୁହଁଇ ……………୨ 

 

ଲୁହ ଦେଖି ତୁମେ ଖୁସି ଯଦି ହୁଅ

ଲୁହକୁ ମୁଁ ଢାଳି ଦେବି

ନିତି ନିତି କାହିଁ ଜୀବନୁ ମରିବି

ତୁମକୁ ଜୀବନ ଦେବି

ଆହେ ପ୍ରାଣନାଥ ଦୋଷ ଧରନାହିଁ

ଆତ୍ମା କୁ ସୁଖରେ ରଖ .

ସହଜ ନୁହଁଇ ସଂସାର ଗଢ଼ିବା

ଅଛି କେତେ ସୁଖ ଦୁଃଖ…………୩

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ମୋ ସରକାର କାର୍ଯ୍ୟକ୍ରମ ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ଲଲାଟ ଲିଖନ

Sunil Chandra Nayak

ମହିଳାଙ୍କ ଦ୍ୱାରା ଦେଶୀଭାଟି ଘେରାଉ

Sunil Chandra Nayak

Leave a Comment

error: Content is protected !!