ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ହେ ସମୟ…..

ହେ ସମୟ…..

 

କୁନା ସେଠୀ

ହେ ସମୟ

କେବେ ତୁମେ ପୁରାତନ

କେବେ ଯେ ନୂତନ

କେବେ ପୁଣି ଭବିଷ୍ୟତ

ଆଉ ଏକ ଆଶା ର କିରଣ

 

ହେ ସମୟ

ଅତୀତରେ ତୁମେ ଥିଲ

ପାହାଡ଼ କୋଳର ଝରଣା

ଜଙ୍ଗଲର ବୃକ୍ଷଲତା ମେଳେ

ଖୋଜୁଥିଲ ନିଜର ଠିକଣା

ପଶୁପକ୍ଷୀ ମେଳେ ତୁମେ

ଅଙ୍କାବଙ୍କା ରାସ୍ତାରେ

ଉଲଗ୍ନ ପରାଏ

ଲାଜ ସରମକୁ ଭୁଲି

ଚାହୁଁଥିଲ ନୀଳ ଆକାଶ

ଆଉ ନୀଳ ସମୁଦ୍ରକୁ ।

 

ହେ ସମୟ

ଏବେ କିନ୍ତୁ ତୁମେ ଯୁବକ

ପୁର୍ଣ ଯଉବନ ଭରା

ଛଇଳ ଚପଳ ନଈ

କେତେ କଥା ଯାଅ କହି

ମଙ୍ଗଳ ଗ୍ରହରେ ବାସ ପାଇଁ ତୁମେ

ଦେଖିଲଣି ସ୍ବପ୍ନ

ଚନ୍ଦ୍ର ପୃଷ୍ଠରେ ଜଳ ପାଇଁ

କରିଲଣି ଉଦ୍ୟମ

ବିଜ୍ଞାନ ବଳରେ ବଳିୟାନ ଆଜି

ଯନ୍ତ୍ରପାତି ଭରା ତୁମ ଗାତ୍ର

ଦେଖିବାକୁ ମିଳେ ତହିଁ

ନାନା ରଙ୍ଗ ଚିତ୍ର

ଅତୀତକୁ ଭୁଲି ଆଜି

ଆଧୁନିକ ବୋଲାଅ ତୁମେ

ଅଭାବ ନାହିଁ କିଛି

ପାଖେ ପାଖେ ସବୁ ଠିଆ ।

 

ହେ ସମୟ

ତୁମେ ଭବିଷ୍ୟତର ସ୍ବପ୍ନ

କିଏ ଜାଣେ

କେଉଁ ରୂପ ଧରିବ ଯେ ତୁମେ

ଯୁବକରୁ ବୃଦ୍ଧ ହବ

ନା ଆଧୁନିକ ଓଷ ପିଇ

ଆହୁରି ଯୁବକ ହୋଇ

ସ୍ୱର୍ଗ,ମର୍ତ୍ତ୍ୟ, ପତାଳକୁ

ଭେଦଯିବ

ଆଉ ଏକ ନୁଆଁ ଦୁନିଆ

ତିଆରିବ

ଆଉ ଏକ ନୁଆଁ ପୃଥିବୀ

ଖୋଜିବ

ହେଲେ ସାବଧାନ

ସବୁ ନିଷ୍ପତି କିନ୍ତୁ

ଭାବିଚିନ୍ତି ନବ

କାରଣ

 ଵର୍ତମାନ ଟା

ପରମାଣୁ ଅଣୁ ଅସ୍ତ୍ର ଧରି

ଡାକୁଛି ଯୁଦ୍ଧଅଁ ଦେହୀ

ଭାରି ଦୁଷ୍ଟ ହେଉଛି

ଯୌବନର ମାଦକତାରେ

ସବୁ ଭୁଲି ଯାଇ

ହେଉଛି ପ୍ରେମରେ ପାଗଳ  

ତେଣୁ ସାବଧାନ ।

ଭୁତସରସିଙ୍ଗି, ଗଞ୍ଜାମ

Related posts

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ପ୍ରକୃତି ପ୍ରେମରେ ଯୁବଶକ୍ତି ସମର୍ପିତ ଓଡ଼ିଶା ର ଅଧ୍ୟକ୍ଷ ହିମାଂଶୁ

ବେଣୁଧର ସୂତାର ଙ୍କ କବିତା ଭାବ ଐଶ୍ୱର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!