ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂରକ୍ଷିତ ଜଙ୍ଗଲ ଘୋଷଣାକୁ ବିରୋଧ କରି ଏସୟୂସୀଆଇ ପକ୍ଷରୁ ବିଶୋଇ ତହସିଲ ସମ୍ମୁଖରେ ପ୍ରତିବାଦ ସଭା

ମୟୂରଭଞ୍ଜ- ୨୦/୬/୨୨(ମସିହା) ମୟୂରଭଂଜ ଜିଲ୍ଲାର ବିଶୋଇ ତହସିଲ ଅଂଚଳର ଗ୍ରାମ ନିକଟ ଜଙ୍ଗଲକୁ ସଂରକ୍ଷିତ ଅଂଚଳ ଦର୍ଶାଇ ତହସିଲ ପକ୍ଷରୁ ଗ୍ରାମବାସୀଙ୍କୁ ହଟିବା ପାଇଁ ଗତ ୬/୬/୨୨ ତାରିଖ ଚିଠି ନଂ ୧୦୪୨ ନୋଟିସ କରାଯାଇଛି ।ଏହାଦ୍ବାରା ବିଶୋଇ ବ୍ଲକର ମଣଦା, ନୂଆଗାଁ,ଅସନା ପଞ୍ଚାୟତ ର ୧୭ ଟି ଗାଁ ଲୋକେ ରହିଵା ଓ ଜୀବନ ଜୀବିକା ପ୍ରଭାବିତ ହେବ । ଲୋକେ ବହୁ ହଇରାଣ ହରକତ ହେବେ ।ଏହାକୁ ନେଇ ବିଶୋଇ ବ୍ଲକ ଏସୟୂସିଆଇ କମିଟି ତରଫରୁ ପୁରୁଷାନୁକ୍ରମେ ରହିଆସୁଥିବା ୧୫ ଟି ଗାଁ ଲୋକେ ଆଜି ବିଶୋଇ ତହସିଲ ସମ୍ମୁଖରେ ବିଶାଳ ଶୋଭାଯାତ୍ରାରେ ଶୈଳ ନାଏକ ଏବଂ ମଧୁସୂଦନ ନାଏକଙ୍କ ନେତୃତ୍ୱରେ ଆସି ପ୍ରତିବାଦ ସଭା କରିଥିଲେ । ଜଙ୍ଗଲ,ଜମି,ମାଟି ଆଦିବାସୀଙ୍କର ଯେଉଁ ମାନେ ଦିର୍ଘଵର୍ଷ ଧରି ରହି ଆସୁଛନ୍ତି । ସରକାର ପେଷା ଆଇନ କୁ ଅମାନ୍ୟ କରୁଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଓଡ଼ିଶାର ବିଶିଷ୍ଟ ଆଦିବାସୀ ଶ୍ରମିକ ନେତା ଶମ୍ଭୁନାଥ ନାଏକ ଯୋଗଦେଇ ସରକାରଙ୍କ ଆଦିବାସୀ ମାରଣନୀତି ବିରୋଧରେ ଭର୍ତ୍ସନା କରିଥିଲେ । ତୁରନ୍ତ ସରକାର ଏହି ଗ୍ରାମବାସୀଙ୍କ ୪ ଦଫା ଦାବି ଯଥା ଚିଠି ନଂ ୧୦୪୨ କୁ ବାତିଲ କରିବା, ସେଠାରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ,ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରିବା ଅଧିକାର, ଆଦିବାସୀଙ୍କ ଉପରେ ଜୁଲମ ବନ୍ଦ କରିବା ଉପରେ ଦାବି ରଖିଥିଲେ । ପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଶୋଇ ବିଡ଼ିଓ ଭାଗବତ ପ୍ରସାଦ ମହାପାତ୍ରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ବିଡିଓ ସେମାନଙ୍କୁ କହିଥିଲେ ଲୋକଙ୍କ ନାର୍ଯ୍ଯୋଚିତ ଦାବି ପ୍ରତି ସରକାର ଉଚିତ ପଦକ୍ଷେପ ନେବେ । ବିଶୋଇ ଥାନାଧିକାରୀ ଅନିନ୍ଦ୍ୟ ଭୂଷଣ ନାଏକ ଲୋକମାନଙ୍କୁ ବୁଝାସୁଝା କରିବା ସହ ଶାନ୍ତି ଶୃଙ୍ଖଳା ପ୍ରତି କଡ଼ା ନଜର ରଖିଥିଲେ । ଆନ୍ଦୋଳନରେ ଗୋବିନ୍ଦ ଦାସ,ରହି ଦାସ, ଲକ୍ଷ୍ମଣ ଦେହୂରୀ, ଫୁଲ ଚାନ୍ଦ ଲୋହାର,ଚାନ୍ଦରାୟ ମୁର୍ମୁ,ଉଦୟ ମାହାରୀ, ଭାଗବତ ଟୁଡୁ,ଲୁନା ନାଏକ,ସାଇବା ଟୁଡୁ, ପ୍ରାଣବନ୍ଧୁ ମାଝୀ,ସଙ୍ଖ ମୁର୍ମୁ ,ପିତବାସ ଦାସ,ଢିବାର ପୂର୍ତି ପ୍ରମୁଖ ସାମିଲ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

Sunil Chandra Nayak

ଜଗନ୍ନାଥପୁର ରାସ୍ତା କଡରେ ଅଳିଆ ଆର୍ବଜନା କୁଢକୁଢ ହୋଇ ଭରି ହୋଇ ପଡିଛି

Sunil Chandra Nayak

ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!