ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ କଂକ୍ରିଟ୍ ରାସ୍ତାରେ ଜମୁଛି ଦୂଷିତ ପାଣି ଓ ବର୍ଷା ପାଣି, ଗମନା ଗମନ ରେ ଅସୁବିଧା ସହ ଜନ ଅସନ୍ତୋଷ

ରୁପ୍ରା, ( ମନିସ ) : ନର୍ଲା ବ୍ଲକ ଅଧିନ ରୁପ୍ରା ଗ୍ରାମର ଷ୍ଟେଟ୍ ବ୍ୟାଙ୍କ ରାସ୍ତା ସମେତ ସମସ୍ତ ଗଳିକନ୍ଦି ରେ ବର୍ଷା ପାଣି ଯିବା ପାଇଁ କୌଣସି ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ରାସ୍ତାରେ ହିଁ ଦୂଷିତ ପାଣି ଜମି ରହୁଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି ଓ ଉକ୍ତ ରାସ୍ତାରେ କୌଣସି ଚାରି ଚକିଆ ଗାଡ଼ି ଗଲେ ରାସ୍ତାର ଦୂଷିତ ପାଣି ଓ କାଦୁଅ ଲୋକଙ୍କ ଉପରକୁ ଛିଟିକି ଯାଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷ କରି ତ୍ରିନାଥ ଛକ ରୁ ଦୀପକ କପଡା ଦୋକାନ ସାମ୍ନା ରୁ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଜମି ରହି ଅତି ଶୋଚନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସୂଚନା ଥାଉକି ଏହି ରାସ୍ତା ସିମେଣ୍ଟ୍ କଂକ୍ରିଟ୍ ହୋଇଥିଲେହେଁ ରାସ୍ତା ଉପରେ ଆଣ୍ଠୁଏ ପାଣି ଓ କାଦୁଅ ବର୍ଷସାରା ଦେଖିବାକୁ ମିଳିଥାଏ। ଘର ଗୁଡିକ ସାମାନ୍ୟ ଉଚ୍ଚ ହୋଇଥିବା ଯୋଗୁଁ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ପାଣି ନିଷ୍କାସନ ହୋଇନପାରି ରାସ୍ତାରେ ଜମି ରହୁଥିବା ସ୍ଥାନୀୟ ଲୋକେ କହନ୍ତି। ସେହିପରି ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖ ରାସ୍ତାରେ ମଧ୍ୟ ପାଣି ଜମି ରହୁଥିବା ବେଳେ ପଞ୍ଚାୟତ କତୃପକ୍ଷ ମଧ୍ଯ ଦୃଷ୍ଟି ଦେଉନଥିବା ଜଣାପଡିଛି। ଫଳରେ ମଶାମାଛିଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଦୁର୍ଗନ୍ଧ ମଧ୍ୟ ହେଉଛି। ସେହିପରି ଏହି ପଞ୍ଚାୟତ ଅଧିନ ଟୁଟିଙ୍ଗ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ମଧ୍ୟ ପାଣି ଜମି ରହୁଥିବାରୁ ଛାତ୍ର ଛାତ୍ରୀ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିବା ସହ ରାସ୍ତା ସିମେଣ୍ଟ୍ କଂକ୍ରିଟ୍ କରିବାକୁ ପ୍ରସାଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

କେନ୍ଦୁଡୋଙ୍ଗରି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଚନ୍ଦାହାଣ୍ଡି ଠାରେ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ

Sunil Chandra Nayak

ଖରିଫ୍ ମଣ୍ଡି ରେ ଧାନ ବିକ୍ରୀ ପାଇଁ ଲ୍ୟାମ୍ପ ଆଗରେ ଚାଷୀ ଙ୍କ ପ୍ରବଳ ଭିଡ

Sunil Chandra Nayak

Leave a Comment

error: Content is protected !!