ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହଯୋଗ ୨ ତାଲିମ ଶିବିର

କୋକସରା,୨୧ା୬- (   ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ବିରିମୁହାଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସ୍କୁଲ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ମାନଙ୍କୁ ନେଇ ‘ସହଯୋଗ-୨’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଶ୍ୱରୀ ପ୍ରସାଦ ଅଗସ୍ତି ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ ରମାକାନ୍ତ ଦାସ ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଭାବେ ଆମପାଣି ସିଆର୍‌ସିସି ପ୍ରମୋଦ କୁମାର ପୁରୋହିତ, ବିରଞ୍ଚି ନାରାୟଣ ନାଏକ, ପ୍ରଭାକର ଖଟୁଆ, ସହକାରୀ ଶିକ୍ଷକ ପଙ୍କଜ କୁମାର ପରିଡା, ଭୂବନେଶ୍ୱର ପୁଝାରୀ ସମେତ ସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ଯୋଗଦେଇଥିଲେ । ଶିବିରରେ ବିଦ୍ୟାଳୟର ଶିକ୍ଷାଦାନ, ପରିବେଶ, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟର ଉନ୍ନତି, ରକ୍ଷଣା ବେକ୍ଷଣ ଦାୟିତ୍ୱ ଯେପରି ସୁଚାରୁ ଭାବେ ପରିଚାଳନା ହେବ ସେ ନେଇ ପରିଚାଳନା କମିଟିର ସଭ୍ୟ/ସଭ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହି ଶିବିର ଟି ମଙ୍ଗଳବାର ଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ ।

Related posts

ପ୍ରେମଲତା ଙ୍କ କବିତା ନୂଆଖାଇ ଜୁହାର

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

Sunil Chandra Nayak

ନୂଆପଡା – ଭଜନ ସନ୍ଧ୍ୟା ଆୟୋଜିତ

Leave a Comment

error: Content is protected !!