ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦୁଆ ଓ ଜୁଆଡି ଙ୍କ ଆଡ୍ଡା ପାଲଟିଛି ବିଦ୍ୟାପୀଠ

ଉତ୍କେଲା,୨୧/୦୬, କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ରେ ଥିବା ଲାଲ ବାହାଦୁର ବିଦ୍ୟାପୀଠ ବିଦ୍ୟାଳୟ ରେ ଛୁଟି ପରେ ମଦୁଆ ଓ ଜୁଆଡି ମଜା ନେଉଛନ୍ତି। ସେଠାରେ ମଦ ପିଇ ମଦ ବୋତଲ ଭାଙ୍ଗିବା ସହ ପାଉଚ ଜରି ବିଦ୍ୟାଳୟ ଭିତରେ ପକାଉଛନ୍ତି।ସେଠାରେ ତାସ୍ ପତା ପାଉଚ ଜରି ସ୍କୁଲ ପିଣ୍ଡା ରେ ଛାଡିଯାଇଥିବା ଦେଖିବାକୁ ମିଳିଛି। ତାକୁ ଗୋଟାଇବା ଫଳରେ କୁନି କୁନି ଛୁଆ ମାନଙ୍କ ମଧ୍ୟରେ କୁପ୍ରଭାବ ପଡୁଛି। ଏପଟେ ପିଲା ମାନଙ୍କ ପାଇଁ ପିଇବା ପାଣି ସଂଯୋଗ ହୋଇଥିବା ନଳକୁପ ପାଇପ ଟିକୁ ମଧ୍ୟ ମଦୁଆ ଗୁଡାକ ଉତ୍ପାତ ହୋଇ ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପ୍ରଧାନ ଶୀକ୍ଷୟିତ୍ରୀ। ବିଦ୍ୟାଳୟ ର ପଛଆଡେ ବାଡ ସଂପୁର୍ଣ ଭାବରେ ପଡିଯାଇଥିବା ବେଲେ ବୁଲା ଗାଇ ଗୋରୁ କୁକୁର ମଧ୍ୟ ପଶି ପିଲା ମାନଙ୍କୁ ଖେଲିବା ସମୟରେ ବିପଦ ଆଶଙ୍କା କରାଯାଉଛି। ଏସବୁ ବିପଦକୁ ଏଡାଇବା ପାଇଁ ଏଥିପ୍ରତି ବିଶେଷ ଗୁରୁତ୍ବ ଦେଇ ତୁରନ୍ତ ବାଡ ନିର୍ମାଣ ପାଇଁ ଅଭିଭାବକ ମାନେ ଦାବୀ କରିଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ , ପୋଲିସ ହାତରେ ଧରାପଡିଲେ 4 ଦୁବୃତ୍ତ

Sunil Chandra Nayak

ପିତାମାତା ହରାଇଥିବା ଦୁଇ ଶିଶୁ ସରକାରୀ ସହାୟତା ପାଇବେ

Sunil Chandra Nayak

ଚୋର ଡ଼କାୟତ କବଳରୁ ରକ୍ଷା ପାଇଁ ହଳଦି ଭାଟି ଛକରେ ଗଣ ଧାରଣା

Sunil Chandra Nayak

Leave a Comment

error: Content is protected !!