ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓ ହମଲାରେ ୩ ସି ଆର୍ ପି ଏଫ୍ ଯବାନ ସହିଦ

ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ମାଓବାଦୀ ମାନେ ହମଲା କରିଛନ୍ତି

ନୂଆପଡ଼ା ଅଞ୍ଚଳରେ ବଡ଼ ଅଘଟଣ । ତାଣ୍ଡବ ଲୀଳା ରଚିଛନ୍ତି ମାଓବାଦୀ । ମାଓ ହମଲାରେ ୩  ସି ଆର୍ ପି ଏଫ୍ଯ ଯବାନ ସହିଦ ହେବା ସହ ୭ ଯବାନ ଗୁରୁତର । ସହିଦ ଯବାନମାନେ ହେଲେ ଏଏସାଇ ଶିଶୁପାଳ ସିଂହ, ଏସଆଇ ଶିବପାଲ ଓ କନଷ୍ଟେବଳ ଧର୍ମେନ୍ଦ୍ର କୁମାର ସିଂହ । ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ସଶସ୍ତ୍ର ମାଓବାଦୀ ମାନେ ହମଲା କରିଛନ୍ତି । ଏବେ ବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ରହିଛି । ତେବେ ଏନେଇ ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି । ତେବେ ଗୁରୁତର ୭ ଯବାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ନୂଆପଡ଼ା ଏସ୍‌ପି ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି ।

ମାଓବାଦୀ ମାନେ ଏମ୍ବୁଜ କରି ଏହି ଆକ୍ରମଣ କରିଛନ୍ତି। ରୋଡ଼ ସନ୍ଦନ କାରୀ ଦଳ ରୂପେ ଆଗକୁ ଯାଉଥିବା ବେଳେ ପୂର୍ବରୁ ଛପି ବସି ଏମ୍ବୁଜ ଲଗାଇ ମାଓବାଦୀ ମାନେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ତିନି ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଏଏସଆଇ ଶିଶୁପାଳ ସିଂ, ଶିଵଲାଲ, ଏବଂ ଜଣେ କନେଷ୍ଟବଳ ଧର୍ମେନ୍ଦ୍ର କୁମାର ମୃତ୍ୟୁ ବରଣ କରିଥିବା ଜଣାପଡିଅଛି। ତାଙ୍କ ମୃତ ଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆବଶ୍ୟକ ସୂଚନା ମିଳି ପାରିନାହିଁ। ବିଭାଗୀୟ ଅଧିକାରୀମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

Related posts

ଆଦରମଣି ପ୍ରଧାନ,(ଗୋଲାପୀ) ଙ୍କ ଗଳ୍ପ ମୁଁ ପ୍ରେମିକା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ତଦନ୍ତକାରୀ ଅଧିକାରୀ ଙ୍କୁ ଅଟକ ରଖିଲେ ଗାଁ ଲୋକେ

Sunil Chandra Nayak

Leave a Comment

error: Content is protected !!