ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ବୃକ୍ଷ ରୋପଣ ନେଇ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଥୁଆମୂଳ ରାମପୁର:୨୧/୬ -ମ.ନିସ:– ବୃକ୍ଷ ହିଁ ଜୀବନ ବୃକ୍ଷ ବଞ୍ଚିଲେ ଆମ୍ଭେ ବଞ୍ଚିବା ବୃକ୍ଷ ବିନା ଜୀବଜଗତର ତିଷ୍ଠିବା ଅସମ୍ଭବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଦ୍ଯାଳୟ ମାନଙ୍କରେ ବୃକ୍ଷରୋପଣ କରିବା ଉଦ୍ଦେଶ୍ୟରେ ବ୍ଳକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।ଏପରିପ୍ରକ୍ଷୀରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ବୈଠକ ଗୃହ ଠାରେ ଏବିଡିଓ ଶ୍ରୀ ଭରତ ମହେରଙ୍କ ଅଧ୍ଯକ୍ଷତାରେ ଏକ ଦିବସିୟ ଶିକ୍ଷକ ମାନଙ୍କୁ ନେଇ ବିଦ୍ୟାଳୟରେ ବୃକ୍ଷରୋପଣ ଉଦ୍ଦେଶ୍ୟରେ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଦକ୍ଷତା ବୃଦ୍ଧି ତାଲିମ ଶିବିରରେ ଦକ୍ଷିଣ ବନାଞ୍ଚଳ ଅଧିକାରୀ ଶ୍ରୀ ସୁଦର୍ଶନ ଦେଉରୀ ଓ ଉଦ୍ଯାନ ବିଭାଗ ଡେପୁଟି ଡାଇରେକ୍ଟର ଶ୍ରୀ କିଶୋର କୁମାର ମହାଲିଙ୍ଗ ଉପସ୍ଥିତି ଶିକ୍ଷକ ମାନଙ୍କୁ ବୃକ୍ଷରୋପଣ ଉପରେ ଦକ୍ଷତା ବୃଦ୍ଧି ନେଇ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କରାଯାଇଥିଲା। ଦକ୍ଷତା ବୃଦ୍ଧି କାର୍ଯ୍ଯକ୍ରମରେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ବେହେରା, ଥୁଆମୂଳ ରାମପୁର ଉଦ୍ଯାନ ବିଭାଗ ଅଧିକାରୀ ବନଦୁର୍ଗା ହରିଜନ ଫରେଷ୍ଟର ଶ୍ରୀ ବଳରାମ ଭୋଇ,ଶ୍ରୀ ସୁଦର୍ଶନ ନାଏକ ଏଜେଓ୍ବାଇ, ଜିଆରଏସ, ଏପିଓ, ଜେଇ,ଏଇଇ ପ୍ରମୂଖ ଉପସ୍ଥିତ ରହିଥିଲେ

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନରେ ତିନୋଟି ସ୍ଵର୍ଣ୍ଣ ପଦକ ହାସଲ 

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଏଇମିତି ବର୍ଷାରାତି

Sunil Chandra Nayak

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

Sunil Chandra Nayak

Leave a Comment

error: Content is protected !!