ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ବିଜ୍ଞାନ ମେଳା

ନର୍ଲା (ମ.ନି.ସ) ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ୨୦୨୧-୨୨ ଶିକ୍ଷା ବର୍ଷର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶଙ୍କ ଦ୍ଵାରା ଉଦଘାଟିତ ଏହି ବିଜ୍ଞାନ ମେଳାରେ ସମୁଦାୟ ଆଠ ଗୋଟି ବିଜ୍ଞାନ ପ୍ରକଳ୍ପ କୁନି ବୈଜ୍ଞାନିକଙ୍କ ଦ୍ବାରା ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା।ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷକ ରାଜୀବ କୁମାର ଦାଶ ଓ କେଶବ ମହାପାତ୍ର ପ୍ରେରଣା ଦେଇ ପ୍ରକଳ୍ପ ଗୁଡ଼ିକ ସଂଯୋଜନା କରିଥିଲେ। ଶିକ୍ଷକ ଗଙ୍ଗାଧର ରଣା, ନୃସିଂହ ଚରଣ ଦଲାଇ, ସଞ୍ଜୟ ସେନାପତି ପ୍ରମୁଖ ବିଜ୍ଞାନ ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ। ୨ଗୋଟି ପ୍ରକଳ୍ପ ବ୍ଳକ ସ୍ତରକୁ ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ଅଭିବୃଦ୍ଧି କରିବା ଏହି ବିଜ୍ଞାନ ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଜୟ କୁମାର ମିଶ୍ର  ଙ୍କ କବିତା ମାଆଙ୍କୁ ମାଗୁଣି

Sunil Chandra Nayak

ଫରଙ୍ଗ ପିଇଓ ତ୍ରିଲୋଚନ ନାଇକ ଙ୍କ ଅକସ୍ମାତ ଦୁର୍ଘଟଣା

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ ପକଳ୍ପ ର ନା ସରକାରର ? 

Sunil Chandra Nayak

Leave a Comment

error: Content is protected !!