ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଠିକାଦାର ସଂଘ ର ମାଓ ସଙ୍ଗଠନକୁ ସହଯୋଗ ପ୍ରାର୍ଥନା

ମ, ରାମପୁର,୨୨/୬(ମସୀହା):- କଳାହାଣ୍ଡି ଜିଲ୍ଲା ର ଆଭ୍ୟନ୍ତରୀଣ ଇଲାକା ରେ ରହୁଥିବା ଆଦିବାସୀ ମାନେ ବି ଭାରତର ନାଗରିକ । ସେମାନଙ୍କ ମଧ୍ୟ ଅନ୍ୟମାନଙ୍କ ଭଳି ସମସ୍ତ ଅଧିକାର ପାଇଁ ହକ୍ ରହିଛି । କିନ୍ତୁ ପ୍ରାଥମିକ ଆବଶ୍ୟକତା ରାସ୍ତା ନ ଥିବା କାରଣରୁ ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ଅନେକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏମାନଙ୍କ ସ୍ବପ୍ନ କୁ ସାକାର କରିବାକୁ ଆଭ୍ୟନ୍ତରୀଣ ଇଲାକା ରେ ଠିକାଦାର ମାନେ ନିଷ୍ଠାପର ଭାବରେ ରାସ୍ତା ସଂଯୋଗିକରଣ ପାଇଁ କାମ କରୁଛନ୍ତି । କିନ୍ତୁ ସିପିଆଏମ୍ ଓଡ଼ିଶା ରାଜ୍ୟ କମିଟି ର ସଦସ୍ୟ ମାନେ ବିଭିନ୍ନ ସମୟ ରେ ହଇରାଣ ହରକତ କରୁଛନ୍ତି । ଏଭଳି ନ କରି ସହଯୋଗ କରନ୍ତୁ ବୋଲି କଳାହାଣ୍ଡି ଠିକାଦାର ସଂଘ ପକ୍ଷରୁ ମ, ରାମପୁର ବ୍ଲକ୍ ମାଣିକେରା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଥାଉ କି ମ.ରାମପୁର ବ୍ଲକ୍ ଉର୍ଲାଦାନୀ ପଞ୍ଚାୟତ ନୂଆ ମୁଣ୍ଡା ରେ ମଧ୍ୟ ମାଓ ସଙ୍ଗଠନ ତରଫରୁ ଠିକା କ୍ୟାମ୍ପ ରେ ଲଙ୍କା କାଣ୍ଡ ଭିଆଇଥିଲେ। ତେବେ ଠିକା ସଂଘ ର ଏଇ ପ୍ରାର୍ଥନା ପତ୍ର ମାଓ ସଙ୍ଗଠନ ଉପରେ କିଭଳି ପ୍ରଭାବ ପକେଇବ ତାହା କେବଳ ଦେଖିବାକୁ ବାକି ରହିଲା ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ଜୋର ଧରିଛି।

ମ. ରମପୁରାରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଏଥର ଗାଁରୁ ଶୁଭିବ ସମାଜ ପରିବର୍ତ୍ତନର ସ୍ୱର, ଘରେଘରେ ପହଞ୍ଚିବ ବାବାସାହେବଙ୍କ ଚିନ୍ତାଧାରା

ବେଣୁ ଧର ସୁତର ଙ୍କ କବିତା ସ୍ଵପ୍ନ ଗୋ ତୁମେ

ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କଲେ ଡାବୁଗାଁ ସତସଙ୍ଗୀ ଭାଇ ଓ ମାଆ ମାନେ

Sunil Chandra Nayak

Leave a Comment

error: Content is protected !!