ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

ଭବାନୀପାଟଣା ତା ୨୧.୬.୨୦୨୨( ମ ନି ସ ) ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ୨୦୨୨ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁଲାଇ ୧ ତାରିଖ ଓ ବାହୁଡା଼ ଯାତ୍ରା ୯ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ସୁଚାରୁରୂପେ ପାଳନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ପ୍ରସ୍ତାବ ପାଠ ପୂର୍ବକ ସବିଶେଷ ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ,ଉପ ଜିଲ୍ଲାପାଳ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ ଉପସ୍ଥିତ ଥିଲେ। ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡିବିଜେ ଓ ଛେରାପହଁରା ଆସନ୍ତା ୧ ତାରିଖ ଦିନ ଅପରାହ୍ନ ୪.୦୦ ଘ ସମୟରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଦ୍ଵାରା ସମାପନ ହେବ। ପୋଲିସ ବିଭାଗ ତରଫ ରୁ ଶାନ୍ତି ଶୃଙ୍ଖଳା ରକ୍ଷା ,ପ୍ରଶାସନ ଦ୍ବାରା ମାଜିଷ୍ଟ୍ରେଟ ମୃତୟନ,ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ ,ମାଉସୀମା ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୃତୟନ,ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭକ୍ତ ବୃନ୍ଦଙ୍କ ତଳୁ ଦର୍ଶନ,ଯାନବାହାନ ଚଳାଚଳ ନିୟନ୍ତ୍ରଣ ଓ ଡ୍ରାଇଭରସନ୍, ଜଗନ୍ନାଥ ମନ୍ଦିର ରାସ୍ତା ବେରିକାଡ଼ିଂ,ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର ,ରଥ ତିଆରି ଓ ରଥ ଚଳାଚଳ ର ଉପଯୁକ୍ତତା ପ୍ରମାଣପତ୍ର ,ସେବାୟତ ଓ ପୂଜକଙ୍କୁ ପ୍ରଶାସନ ଦ୍ଵାରା ପରିଚୟ ପତ୍ର ପ୍ରଦାନ ,ଖାଦ୍ୟ ନିରୀକ୍ଷକ ଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲର ଖାଦ୍ୟ ଯାଞ୍ଚ , ଭ୍ରାମ୍ୟ ମାଣ ସ୍ବାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା,ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ,ଆମିଷ ଓ ମଦ ବିକ୍ରି ଉପରେ କଟକଣା,ରାସ୍ତା ଓ ନାଳ ନର୍ଦ୍ଦମା ସଫା ଓ ବ୍ଲିଚିଂ ,ରଥଯାତ୍ରା ଓ ବାହୁଡା଼ ଯାତ୍ରାର ଧାରା ବିବରଣୀ ,ଭଜନ ସମାରୋହ ,ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା ,ବାଲାଜୀ ମନ୍ଦିର ରଥଯାତ୍ରା ଓ ମାଉସୀମା ମନ୍ଦିର ଇତ୍ୟାଦି ଉପରେ ସବିଶେଷ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା।ସଭାରେ ଗଠନମୂଳକ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏସ୍ ଇ,ଆର୍ ଏଣ୍ଡ ବି ଶ୍ରୀ ଅଜିତ ବାବୁ,ତହସିଲଦାର ଉପେନ୍ଦ୍ର ଲୁହା, ଡି ପି ଏଚ ଓ ରାକେଶ ସାହୁ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଇ ଈ,ଏନ୍ ଏଚ ଶ୍ରୀ ଏ କେ ଟୁଡୁ,ବି ଡି ଓ ଶ୍ରୀ ବିନୟ କୁମାର ଭୋଇ, ଆଇ ଆଇ ସି ଟାଉନ୍ ଥାନା ଶ୍ରୀ ପ୍ରଦୀପ ଧାରୁଆ,ଇ ଓ ମ୍ୟୁନିସିପାଲଟି ଶ୍ରୀ ବଳୟ ଦେହୁରୀ,ଡି ସି ଓ ଶ୍ରୀମତୀ ଅର୍ପିତା ବେହେରା,ଇ ଈ,ଟି ପି ଡବ୍ଲୁ ଓ ଏଲ୍ ଶ୍ରୀ ମାନସ ରଞ୍ଜଣଙ୍କ ସମେତ ଓକିଲ ସଂଘ ସଭାପତି ଶ୍ରୀ ସୁବ୍ରତ ବହିଦାର,ଶ୍ରୀ ଉତ୍ସବ ସାହୁ,ଶ୍ରୀ ଜଗଦୀଶ ମଣ୍ଡଳ,ଶ୍ରୀ ସତ୍ୟ ନାରାୟଣ ମହାପାତ୍ର,ପୂଜକ ଶ୍ରୀ ଅଜୟ ମହାପାତ୍ର ,ମହାରାଜା ପ୍ରତିନିଧି ଶ୍ରୀ ଅଶୋକ ନେଗି,ଶ୍ରୀ ଶଶି ଭୂଷଣ ଚୌଧୁରୀ,ଶ୍ରୀ ଅଭୟ ନାଏକ, ସବିର ମହମ୍ମଦ ,ଏମଡି ସଲିମ୍,ଯୋଗେଶ ଅଗ୍ରୱାଲ , ଗଣମାଧ୍ୟମ ପ୍ରତିନିଧି ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Related posts

ଆଦିବାସୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସଵ ପାଳିଲେ ଖଇରା ବ୍ଲକର ବିଜେପି ନେତା ଓ କର୍ମୀ 

Sunil Chandra Nayak

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିସ୍ମୟ ଜାଗେ ମନେ 

Leave a Comment

error: Content is protected !!