ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନମାମି ଗଙ୍ଗେ ତରଫରୁ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ

 ଆନନ୍ଦପୁର -:  ବିଶ୍ଵ ଯୋଗ ଦିବସ ଅବସରରେ ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ଆନନ୍ଦପୁର ବିଜେପି କାର୍ଯ୍ୟାଳୟ ଠାରେ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ଭାଷଣରେ କହିଲେ ଭାରତୀୟ ସଂସ୍କୃତିରେ ରୁଷି ପରମ୍ପରା ର ଯୋଗ ଏକ ଅମୂଲ୍ୟ ଦାନ ଅଟେ । ଭାରତ ବର୍ଷର ଲୋକପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ଉଦ୍ୟମ ଫଳରେ ଆଜି ଯୋଗ ବିଶ୍ୱବ୍ୟାପି ଲୋକପ୍ରିୟ ହୋଇ ପାରିଛି। ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଲେ ଯେ, ଦୈନିକ ଯୋଗ କଲେ ସୁସ୍ଥ ରହିବା ସହିତ ଦୀର୍ଘାୟୁ ହେବେ ବୋଲି କହିଥିଲେ।  ଅନ୍ୟ ମାନଙ୍କ ମଧ୍ୟରେ ଆନନ୍ଦପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀ ରାମଚନ୍ଦ୍ର ସାହୁ, ନମାମି ଗଙ୍ଗେ ଜିଲ୍ଲା ସହସଂଯୋଜକ ଶ୍ରୀ ଗୋଲକ ଜେନା,ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ନିରାକାର ଦଳେଇ, ପ୍ରଶାନ୍ତ କୁମାର ମହାପାତ୍ର, କାଉନସିଲର ଶ୍ରୀ ସମ୍ବିତ କୁମାର ଦାଶ, ବାଇଧର ସାହୁ, ରାମଚନ୍ଦ୍ର ସାହୁ, ରାଜେନ୍ଦ୍ର କୁମାର ସାହୁ, ପ୍ରାଣବନ୍ଧୁ ସାହୁ, ନାରାୟଣ ବାରିକ, ବାବି ଦାସ, ମୁରଲୀଧର ମିଶ୍ର, ମନମୋହନ ଶା, ବିଜୟ କୁମାର ବେହେରା, ଲକ୍ଷ୍ମୀଧର ଦେହୁରୀ, ପ୍ରଫୁଲ ଚନ୍ଦ୍ର ଗୁଇଁ, ବିମଲ ରାଉତ, ମୁନା ସେଠୀ, ହରେକୃଷ୍ଣ ପାତ୍ର, ରାହାସ ବିହାରୀ ସାହୁ, ରାଜେନ୍ଦ୍ର କୁମାର ଦାସ, ରିତେଶ ରଂଜନ ଦାସ, ରବିନ୍ଦ୍ର କୁମାର ଚାନ୍ଦ ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ବିଜୟୀ ନଡିଆ ଗଛ ଧରାଶାୟୀ

Sunil Chandra Nayak

ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

Leave a Comment

error: Content is protected !!