ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିଦେଶ

ଧର୍ମଗୁରୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

ବାଜପେୟୀ, ମୋଦିଙ୍କ ପରେ ତୃତୀୟ ଭାରତୀୟ ରାଜନେତା ଭାବେ ସାକ୍ଷାତ….

ରୋମ ଗସ୍ତ ଅବସରରେ ଭାଟିକାନ ସିଟିରେ ପୋପଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ….

ଭାଟିକାନସିଟି ଠାରେ ୨୦୨୧ ଅକ୍ଟୋବର ୩୦ତାରିଖରେ ପୋପ୍ ଫ୍ରାନ୍ସିସ୍କୋଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୦୦୦ ମସିହାରେ ପୋପ୍ ଜନ୍ ପଲ ଦ୍ୱିତୀୟଙ୍କୁ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସାକ୍ଷାତ କରିବା ପରେ ତୃତୀୟ ଭାରତୀୟ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବର୍ତ୍ତମାନର କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କୋଙ୍କୁ ଭେଟିଛନ୍ତି।

 ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପୋପ୍ ହେଉଛନ୍ତି ଅନ୍ୟତମ ।ସୂଚନାଯୋଗ୍ୟ ଯେ, ରୋମ୍ ସହିତ ଓଡ଼ିଶାର ରହିଛି ସାଂସ୍କୃତିକ ଓ ଐତିହ୍ୟର ସାମଞ୍ଜସ୍ୟ । ଇଟାଲି, ଗ୍ରୀସ୍ ସମେତ ୟୁରୋପରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ବାନ ଦେବେ ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟର ସଂସ୍କୃତି ଓ କଳାର ବିକାଶରେ ସେମାନଙ୍କ ଅବଦାନ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 ଖ୍ରୀଷ୍ଟିୟାନମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପଙ୍କୁ ଭେଟିବା ପରେ ଟୁଇଟ୍ କରି ଆନନ୍ଦ ଜାହିର କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି କି ଭାଟିକାନ୍ ସିଟିରେ ପରମପାବନ ପୋପଙ୍କୁ ଭେଟି ମୁଁ ବହୁତ ଖୁସୀ। ସାକ୍ଷାତ ଲାଗି ତାଙ୍କୁ ବହୁତ ବହୁତ ଧନ୍ୟବାଦ ଓ ତାଙ୍କ ସୁସ୍ଥ ଏବଂ ଦୀର୍ଘଜୀବନ କାମନା କରୁଛି।  ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ପୋପଙ୍କୁ ଏକ କଳାକୃତି ଉପହାର ଦେଇଥିଲେ। ଏହାପରେ ପୋପ୍ ମୁଖ୍ୟମନ୍ତ୍ରୀଙ୍କୁ ଏକ ଉପହାର ପ୍ରଦାନ କରିଥିଲେ। ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିୟାନ୍ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ରୋମରେ ଅବସ୍ଥାନ କରିବେ ମୁଖ୍ୟମନ୍ତ୍ରୀଙ୍କ ସହ  ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବିଦେଶ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ(ୱାଲର୍ଡ ଫୁଡ୍ ପ୍ରୋଗ୍ରାମ) ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ଆମନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତ କରୁଥିବା ବେଳେ ସେଠାରେ ଓଡ଼ିଶା ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ସଫଳତା ସଂପର୍କରେ ଆଲୋକପାତ କରିବେ।

୨୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ସେ ଯୋଗ ଦେବେ। ୩୦ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଆସିବେ। ସେହିଦିନ ରାତିରେ ହିଁ ସେ ଭୁବନେଶ୍ବର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ରୋମ୍ ଏବଂ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀଓଡ଼ିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜଣା ଅଜଣା – ଯୁଦ୍ଧବିମାନ ନିଜେ ନିଜର ଶତ୍ରୁ..

Sunil Chandra Nayak

ଆମ ସଙ୍ଗେ ଦୁଷ୍କର୍ମ କରନାହିଁ: ‘କାନ୍‌ସ୍‌ ରେଡ୍‌ କାର୍ପେଟ୍‌’ରେ ପ୍ରତିବାଦ ପ୍ରଦର୍ଶନ କଲେ ଅର୍ଦ୍ଧନଗ୍ନ ଯୁବତୀ

ୟୁକ୍ରେନ – ରୁଷ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି, ଫଶିଥିବା ଭାରତୀୟ ଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!