ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ !

ଜୁନାଗଡ଼,୨୩/୬(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଇଓ କାର୍ଯ୍ୟଳୟ ଏବେ ଜଣେ ପିଅନଙ୍କ କବଜାରେ । ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟକୁ ମନଇଚ୍ଛା ଯିବା ଆସିବା କରୁଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଦିନ ୧୧ ଟା ହେଲେ କିରାଣି ବାବୁ ଓ ଏହି ପିଅନ ଅଫିସ ଆସି ପୁଣି ୩ ଟା ରେ ଫେରାର ମାରୁଛନ୍ତି । ଫଳରେ ସାଧାରଣରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ବା ବିଇଓ ଅଫିସରେ ଜଣେ ବିଇଓ, ୩ଟି ଏବିଇଓ,୩ ଟି କିରାଣୀ, ୨ଟି ଡିଇଓ, ୨ଟି ଆକାଉଣ୍ଟଟେଣ୍ଟ, ୨ଟି ବିଆରପି, ଗୋଟିଏ ଏମଆଇଏସ ଓ ୩ ଟି ପିଅନ ଅଛନ୍ତି । ବର୍ତ୍ତମାନ ଦୁଇଟି ପିଅନ ଡେପୁଟେସନରୁ ଆସିଥିବା ବେଳେ ଆଉ ଜଣେ ରେଗୁଲାର ପିଅନ ଅଛନ୍ତି । ଏହି ରେଗୁଲାର ପିଅନଙ୍କ ହାତରେ ବିଇଓ ଅଫିସର ରିମୋଟ ଥିବା ନେଇ ଅଭିଯୋଗ ହୋଇଛି । ଏହି ପିଅନ ହିଁ କେଉଁ ଶିକ୍ଷକକୁ କେଉଁଠି ବଦଳି କରାଯିବ ଓ କାହାକୁ କେଉଁ ଦାୟିତ୍ୱ ପ୍ରଦାନ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି । ବିଇଓ କାର୍ଯ୍ୟାଳୟରେ ଦୁଇଜଣ ଡେପୁଟେସନ ପିଅନ ପ୍ରଥମେ ଆସି ଅଫିସ ଖୋଲିବା ସହିତ ସଫା ସୁତରା କରିଥାନ୍ତି । ପରେ ଡାଟାଏଣ୍ଟ୍ରି ଅପରେଟରମାନେ ଆସିଥାନ୍ତି । ଛୋଟିଆ କର୍ମଚାରୀମାନେ ଚାକିରୀ ଭୟରେ ଶୀଘ୍ର ଶୀଘ୍ର ଅଫିସକୁ ଆସୁଥିବା ବେଳେ କିରାଣୀବାବୁମାନେ ଓ ସେହି ପିଅନ ବାବୁ ୧୧ ରୁ ୧୨ ଟା ସମୟରେ ଅଫିସ ଦୁଆର ମାଡି ଥାନ୍ତି । ମହିଳା ବିଇଓଙ୍କୁ ଢାଲ କରି ନିଜର ସମ୍ରାଜ୍ୟ ବିସ୍ତାର କରୁଛନ୍ତି ଏହି କର୍ମଚାରୀ ମାନେ । ଲେଟ ରେ ଆସୁଥିବା ନେଇ ଆଗରୁ ମଧ୍ୟ ଏମାନଙ୍କ ନାମରେ ଅନେକଥର ଅଭିଯୋଗ ହୋଇଛି । ହେଲେ ଅଭିଯୋଗ ପରେ ଗୋଟିଏ କି ଦୁଇଦିନ ଠିକ ସମୟରେ ଆସି ପୁଣିଥରେ ସେ ୧୧ ଟା ସମୟରେ ଆସୁଥିବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗର ଅଧିକାରୀ ମାନେ କେବେ ବି ଏହି ଅଫିସକୁ ତଦନ୍ତ ପାଇଁ ଆସୁନଥିବା ଯୋଗୁଁ ଅଫିସରେ ପିଅନ ମଧ୍ୟ ବିଇଓଙ୍କ ଠାରୁ ଅଧିକ ବଲବାନ ହେଉଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚରିବାରୁ ଆମେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ପ୍ରତିକ୍ରିୟାରେ କହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଲଭ୍ ଇଜ୍ ଇଞ୍ଜୁରିୟସ ଟୁ ହେଲ୍‌ଥ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ପ୍ରୀତି ସକାଳର ଛୁଆଁ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ସମ୍ମିଳନୀ ଗୃହରେ ପୋଷଣ ମାସ ପାଳିତ

Sunil Chandra Nayak

Leave a Comment

error: Content is protected !!