ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ହେଲେ ଗାଁ ଦାଣ୍ଡରେ ରାସ୍ତା ରେ ଆଣ୍ଟୁଏ ପାଣି  

ଚିଲିଗୁଡା,୨୩/୬( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ପଂଚାୟତ ର କାର୍ଲି ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଚାଳୁଛି,ଯାହାଦ୍ୱାରା ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ଏହି ପଞଚାୟତର କାର୍ଲି ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। କେଇଟା ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି ଯାହାଫଳରେ ଲୋକେ ଯାତାୟାତ କରିବାରେ ବହୁ ସମସ୍ୟା ଦେଖାଯାଉଛି।ଗାଁ ମୁଖ୍ୟ ରାସ୍ତାରେ ପାଣି ପ୍ରଭାହିତ ହେବାଦ୍ୱାର ଅନେକ ମଇଳା ଜିନିଷ ପ୍ରଭାହିତ ହୋଇ ସଂକ୍ରାମକ ରୋଗ ହେବାର ସମ୍ଭାବନା ରହିଛି।ପାଣି ଯୋଗୁ ସ୍ତ୍ରୀ ଓ ଶିଶୁ ବିଶେଷ ଭାବେ ପ୍ରଭାବିତ ହେଉ ଥିବା ଦେଖିବାକୁ ମିଳୁଛି।ଏହି ସମସ୍ୟା ନେଇ ଗ୍ରାମର ଲୋକେ ଅନେକ ଥର ଆରଡି ର କନିସ୍କ ଯନ୍ତ୍ରୀ ଏବଂ ଠିକାଦାର ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏହି ରାସ୍ତା କର୍ଲୀ ଛକ୍ ରୁ କର୍ଲି କେନାଲ ପଡ଼ା କୁ ସଂଯୋଗ ହୋଇଛି ଫଳରେ ଗ୍ରାମର ଅନେକ ଜନସାଧରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତାକୁ ଦୃଷ୍ଟି ଆକର୍ଷଣ କରି ଏହାର ଶୀଘ୍ର ପଦକ୍ଷେପ ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ ।

Related posts

ବହୁ ଦିନର ଦାବି ପୂରଣ,ପାନୀୟ ଜଳର ସୁବିଧା ପାଇଲେ ତାରିଣୀ ମନ୍ଦିର ପଡାବାସୀ

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!