ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛ ମଣିଷ ଘନଶ୍ଯାମଙ୍କ ପରଲୋକ,ବିଭିନ୍ନ ମହଲରେ ଶୋକ

ଆନନ୍ଦପୁର ୨୩/୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ତ ଅଳତି ଗ୍ରାମର ଗଛ ମଣିଷ ଘନଶ୍ଯାମ ସାହୁଙ୍କ (୮୮)ଙ୍କ ଗୁରୁବାର ଦିନ ସାଢେ ଗୋଟାଏ ସମୟରେ ହୃଦଘାତରେ ପରଲୋକ ଘଟିଛି।ସେକିଛି ଦିନ ହେଲା ହୃଦଘାତ ଜନିତ ରୋଗରେ ପିଡିତ ହୋଇ ନିଜ ଅଳତସ୍ଥ ବାସଭବନରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ।ତାଙ୍କ ମୃତ୍ଯୁରେ ସ୍ଥାନିୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ । ଗଣମାନ୍ଯ ବ୍ଯକ୍ତି ମାନଙ୍କ ମଧ୍ଯରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ଦେବାଶିଷ ପାତ୍ର,ଅଳତି ସରପଞ୍ଚ ପ୍ରିୟବ୍ରତ ବରାଳ,ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦିପକୁମାର ସାହୁ,ସମାଜସେବୀ ମଦନମୋହନ ସାହୁ,ବିଜେଡି ବ୍ଲକ ସଭାପତି ମନ୍ମଥକୁମାର ରାଉତ ସମେତ ଗ୍ରାମର ଅନେକ ବୟଜେଷ୍ଠ ମୂରବୀ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଗାଁ ଶ୍ମସାନରେ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ କରାଯାଇଛି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ଆଦିବାସୀ ସଂଘର ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ

Sunil Chandra Nayak

ଢ଼େଙ୍କାନାଳ ଜିଲ୍ଲା ର ବରିଷ୍ଠ ନାଗରିକ ପରିଷଦ ର ବୈଠକ

Sunil Chandra Nayak

ବେଣୁଧର ସୁତାର ଙ୍କ କବିତା – ପ୍ରୀତି ର ବସନ୍ତ

Sunil Chandra Nayak

Leave a Comment

error: Content is protected !!