ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ନୂତନ ଜିଲ୍ଲାପାଳ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 କନ୍ଧମାଳ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣ ଙ୍କର ନେତୃତ୍ୱରେ କନ୍ଧମାଳ ର ଆଦିବାସୀ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରି ସଂଘ ର କର୍ମକର୍ତ୍ତା ମାନେ ନିଆରା ଢଙ୍ଗରେ କନ୍ଧମାଳ ର ନୂତନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟ ରେ ଫୁଲବାଣୀ ର ଖ୍ୟାତନାମା ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ତଥା ଜ଼ିଲ୍ଲା ସଂଯୋଜକ ସରୋଜ କୁମାର ପାତ୍ର ଏବଂ ଉପଦେଷ୍ଠା ତଥା ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଙ୍କ ସମେତ ୧୨ ଗୋଟି ବ୍ଲକ ର ବ୍ଲକ ଉପ ସଭାପତି ଯୋଗଦେଇଥିଲେ l ଜିଲ୍ଲା କଳା ସଂସ୍କୃତି ସଂଘର ର କଳାକାର ମାନେ ପାରମ୍ପରିକ ବେଶଭୁଷା ରେ ସଜ୍ଜିତ ହୋଇ ଲୋକନୃତ୍ୟ ମାଧ୍ୟମ ରେ ନୂତନ ଜ଼ିଲ୍ଲାପାଳ ଙ୍କୁ ସ୍ୱାଗତ ଜଣାଇଥିଲେ ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ରମେଶ ଚନ୍ଦ୍ର ସାହୁ, ପ୍ରମୋଦ ଦଣ୍ଡସେନା, ସରୋଜ କୁମାର ସାହୁ, ଜୁନେସ ପରିଛା, ସତପଥି ପ୍ରଧାନ, ତ୍ରିନାଥ ପଣ୍ଡା, ଭାଗିରଥି ସାହୁ, ଗୋଲକ ବିହାରୀ ମଲ୍ଲିକ, ସଦାନନ୍ଦ ପରାସେଠ, ବରିଷ୍ଠ କଳାକାର ଅଶ୍ୱିନୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ l

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ଉତ୍ସାହ ୨୦୨୨ ଅୟୋଜିତ

Sunil Chandra Nayak

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ରାଜ୍ୟ ସ୍ତରରେ ମସଜିଦ ରୁ ଲାଉଡ ସ୍ପିକର ହଟାଓ ଅଭିଜାନ ଆରମ୍ଭ କଲା ଦେବସେନା ସଂଗଠନ

Leave a Comment

error: Content is protected !!