ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

ନୂଆପଡ଼ା -:  ନୂତନ ଭାବରେ ଯୋଗଦାନ କରିଥିବା ନୂଆପଡା ଜ଼ିଲ୍ଲା ର ନୂତନ ଜ଼ିଲ୍ଲାପାଳ ହେମାକାନ୍ତ ସାଏ ଙ୍କୁ ନୂଆପଡା ଜ଼ିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତା ସୌଜନ୍ୟ ମୂଳକ ସାକ୍ଷାତ କରି ଜ଼ିଲ୍ଲା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜ଼ିଲ୍ଲାର ମୁଖ୍ୟ ସମସ୍ୟା ଦାଦନ ଉପରେ ଜ଼ିଲ୍ଲାପାଳ ସହ ଆଲୋଚନା କରିଥିବା ସହ ମଣ୍ଡି ସମସ୍ୟା, ସୁନାବେଡା ବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନ ଉପରେ ଆଲୋଚନା ହୋଇଥିଲା ଓ ଜ଼ିଲ୍ଲାର ବିଭିନ୍ନ ଜାଗାରେ ଆଦିବାସୀ ଛାତ୍ର ଛାତ୍ରୀ ହଷ୍ଟେଲ ତିଆରି ହୋଇ ଥିଲେ ମଧ୍ୟ ତାହା ଉପଯୋଗ ହେଉ ନ ଥିବାରୁ ତାହା ଉପରେ ଦୃଷ୍ଟି ଦେବାକୁ ଜ଼ିଲ୍ଲାପାଳ କୁ ଅନୁରୋଧ କରାଯାଇଥିଲା । ଆଜିର ଏହି ସାକ୍ଷାତରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁଜିତ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ, ପୂର୍ବତନ ଜ଼ିଲ୍ଲା ସମ୍ପାଦକ ରୁଦ୍ରରାଜ ବାଗ, ଏବଂ ନୂଆପଡା ସମ୍ପାଦକ ଦୀପକ ମିଶ୍ର ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତାପ କିଶୋର ରାଉତ ଙ୍କ କବିତା ମଣିଷ

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ

Sunil Chandra Nayak

କଳାହାଣ୍ଡି ରେ ତୃତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ସମାପ୍ତ, ଭୋଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ

Sunil Chandra Nayak

Leave a Comment

error: Content is protected !!