ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ ତାର ସଂସ୍ପର୍ଶ ଗୋଟିଏ ଗାଈ ଓ ତିନୋଟି ବଳଦ ମୃତ , ସହାୟତା ପାଇଁ ଦାବୀ

କଲମପୁର,୨୪/୬ (ମସିହା) କଲମପୁର ବ୍ଲକ ମିନଗୁର ପଞ୍ଚାୟତ ଅନ୍ତର୍ଗତ ଭେଳାଗାଁ ରେ ଆଜି ସକାଳୁ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ୪ ଗାଈ ମୃତ ହୋଇ ଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ ପ୍ରତିଦିନ ଭଳି ଶୁକ୍ରବାର ସକାଳୁ ଗାଈ ଗୋରୁ ନଦୀ କୁ ଯିବା ରାସ୍ତା ଦେଇ ଘାସ ଚାରଣ ପାଇଁ ଯାଉ ଥିଲେ l ସେହି ପଟ ରେ ଥିବା ଏକ ବୈଦ୍ୟୁତିକ ଟ୍ରାନ୍ସଫର୍ମର ରୁ ଏଲଟି ବିଦ୍ୟୁତ ତାର ଛିଣ୍ଡି ପଡି ରହିଥିବା ତାର ସଂସ୍ପର୍ଶ ରେ ଆସି ଗୋଟିଏ ଗାଈ ତିନୋଟି ବଳଦ ଙ୍କ ମୃତ୍ୟୁ ହୋଇ ଥିଲା l ଖବର ପାଇ ଗ୍ରାମ ବାସୀ ଘଟଣା ସ୍ଥଳ କୁ ଯାଇ ନିଜ ଗୋରୁ ଚିହ୍ନଟ କରିଥିଲେ l ଗୋଟିଏ ଗାଈ ଓ ତିନୋଟି ବଳଦ ଯାକ ଗୋଟିଏ ପରିବାର ର ଦୁଇ ଭାଇ ପରମାନନ୍ଦ ଲହଜଳ ଏବଂ ପ୍ରଭାକର ଲହଜଳ ବୋଲି ଜଣା ପଡିଛି l ଦୁହେଁ ତୁରନ୍ତ କ୍ଷତିପୂରଣ ପାଇଁ କଲମପୁର ତହସିଲଦାର, ବିଦ୍ୟୁତ କାର୍ଯ୍ୟାଳୟ ବଡ କୁଟରୁ, ପ୍ରଣୀଧନ କାର୍ଯ୍ୟାଳୟ କଲମପୁର ଏବଂ ବଡ କୁଟରୁ ପୋଲିସ ଫାଣ୍ଡି ରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ମଣ୍ଡଳ ରାଜସ୍ବ ନିରୀକ୍ଷକ ପାର୍ଥ ସାରଥୀ ବିଛନ୍ଦ, କଲମପୁର ଭେଟେନାରୀ ରୁ ଭି ଏସ ଏବଂ ଏଲ ଆଇ, ବଡ଼କୁଟରୁ ବିଦ୍ୟୁତ ସେକ୍ସନ ଅଫିସ ରୁ ଜେଇ ସମ୍ବିତ ବହିଦାର ଏବଂ ବଡ଼କୁଟରୁ ପୋଲିସ ଫାଣ୍ଡି ରୁ ଫାଣ୍ଡି ଅଧିକାରୀ କୁଲଦୀପ ସାବନ୍ତ ତଦନ୍ତ ରେ ଆସିଥିଲେ l ନିଜ ନିଜ କ୍ଷମତା ପରିସରରେ ଯେଭଳି ସହାୟତା ମିଳିପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ସାହାଯ୍ୟ କରିବେ ବୋଲି କହିଥିଲେ l କ୍ଷତି ଗ୍ରସ୍ତ ମହାଜନ କୁ ସରକାରୀ ସହାୟତା ଯୋଗାଇଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି l ବଡ କୁଟରୁ ବିଦ୍ୟୁତ ଷ୍ଟ୍ରାକ୍ଚର ରୁ ଯୋଗାଣ ହୋଇଥିବା ବିଦ୍ୟୁତ ବହୁ ବର୍ଷ ରୁ ରହି ଥିବାରୁ ଖୁଣ୍ଟ ଏବଂ ତାର ଗୁଡିକ ଦୁର୍ବଳ ହୋଇ ଯାଇଛି l ଯାହା ଫଳରେ ପ୍ରତିବର୍ଷ ଏଭଳି ଅଘଟଣ ଗୁଡିକ ଘଟି ଚାଲିଛି l ବିଦ୍ୟୁତ ବିଭ୍ରାଟ ମଧ୍ୟ ହୋଇ ଚାଲିଛି l ଏ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଦାବୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି l ଖୁଣ୍ଟ ଏବଂ ତାର ଗୁଡିକ ଶୀଘ୍ର ନୂତନ ସଂଯୋଗ କରାଯିବାକୁ ମଧ୍ୟ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

କଲମପୁର ରୁ ପରମାନନ୍ଦ ଠାକୁର ମସିହା ନ୍ୟୁଜ କଳାହାଣ୍ଡି

Related posts

ଟାଟା ଷ୍ଟିଲ ସମ୍ମୁଖରେ ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା: ୭ ଗାଈ ମୃତ

Sunil Chandra Nayak

ବିରିକୋଟ ଗ୍ରାମରେ ପବିତ୍ର ଦୀପାବଳି ପର୍ବ ଅବସରରେ ବାଲିଫୁଲ ପିନ୍ଧା ଉତ୍ସବ

Sunil Chandra Nayak

ନର୍ଲାଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!