ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମରାଜ ପ୍ରଧାନ  ଙ୍କ କବିତା ବର୍ଷା

    ବର୍ଷା

 ବୃଷ୍ଟି ଆଗମନେ ବୃଷୀ ନୃତ୍ଯକରେ 

             କୃଷି ନିମନ୍ତେ କୃଷକ 

ପ୍ରେମେ ନିମଜ୍ଜିତ ପ୍ରେମିକ ପ୍ରେମିକା 

            ଲେଖାରେ କବି ଲେଖକ। 

ନିର୍ଦ୍ଦୟ ନିଦାଘ ସୃଷ୍ଟି କରେ ମେଘ 

           ଚରମ ଚରଣେ ତା’ର 

ଧରାର ଶରୀର ହୁଏ କାନ୍ତ ଶାନ୍ତ 

            ସବୁଜିମାରେ ସୁନ୍ଦର। 

ଚାତକ ଚୁମ୍ବନ ପାଇବାକୁ ମନ 

            ବର୍ଷା ନବ ବଧୂ ସାଜି 

ମେଘ ଓଢ଼ଣୀରୁ ଉଙ୍କିକି ଅନାଏ 

           ଅଦ୍ଭୁତ ସେ ଦୃଶ୍ଯରାଜି। 

ଜଳଚର ଜଳେ ସ୍ଥଳଚର ସ୍ଥଳେ 

             ଖଗ ଉଦ୍ଭିଦ ସମେତେ 

ନବୀନ ଉଲ୍ଲାସେ ଯେ’ ଯାହାର ଭାଷେ 

            ଗୀତ ଗାଆନ୍ତି ଉଷତେ। 

ନଦୀ ପୁଷ୍କରିଣୀ ନାଳ ନିର୍ଝରିଣୀ 

          ଆନନ୍ଦେ ଫୁଲାଇ ଛାତି 

ଜୀବନ ସଙ୍ଗୀତ ଉଚ୍ଚେ ଉଚ୍ଚାରିତ 

           କରି, କରୁଥାନ୍ତି ଗତି। 

ବୃକ୍ଷ ପଲ୍ଲବିତ ପୁଷ୍ପ ପ୍ରସ୍ଫୁଟିତ 

            ଶସ୍ଯ ଅଙ୍କୁରିତ ଶୋଭା 

ସାଧବ ବୋହୂର ଚାଲି ଶାନ୍ତ ଧୀର 

            ହୋଇଥାଏ ମନଲୋଭା ।

ଦିବ୍ଯ ଆନନ୍ଦରେ ଭିଜନ୍ତି ବର୍ଷାରେ 

          ବାଳକବାଳିକାଗଣ 

ସେ ଦୃଶ୍ଯ ଦର୍ଶନେ ସ୍ବତଃ ଜାଗେ ପ୍ରାଣେ 

             ନିଜ ଶୈଶବ ଜୀବନ। 

କାଗଜ ନଉକା ହୋଇ ଅଙ୍କା ବଙ୍କା 

            ନାଚି ନାଚି ଗତି ତା’ର 

ଜଳଧାର ଗତି ଦେଖି ଶିଶୁ ମତି 

            ଆନନ୍ଦେ ହୁଏ ଅଧୀର। 

ସମୟ ସୁଅରେ ଜୀବନ ଡଙ୍ଗାରେ 

            ମାନବ ଜୀବନ ଗତି 

ଅନନ୍ତ ଗତିର ଅନ୍ତିମରେ ସ୍ଥିର 

            ମହାସାଗରରେ ମୁକ୍ତି। 

       

ଧର୍ମରାଜ ପ୍ରଧାନ 

ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ
 ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ।

Related posts

ଶିକ୍ଷା,ଶିକ୍ଷକ ଓ ସମାଜର ମୂଲ୍ୟବୋଧ ଆଲୋଚନା ଚକ୍ର

Sunil Chandra Nayak

ଉଦଘୋଷିକା ମୀନାକ୍ଷୀ ଧରଙ୍କ ପ୍ରଥମ ସ୍ମୃତି ଚାରଣ ସଭା

ପିଡ଼ିଏସ ଚାଉଳ ନେଇ ଫେରୁଥିବା ପିକଅଫ ଭ୍ଯାନ ଓଲଟି ୨ ମୃତ ୭ ସଙ୍କଟା ପନ୍ନ

Leave a Comment

error: Content is protected !!