ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

     କଳଙ୍କ

 

କଳଙ୍କର ଟିକା ମଥାରେ ଲଗାଇ

କଳଙ୍କିତ ଆଜି ମୁହିଁ

ତୁମେ କି ବୁଝିବ କଳଙ୍କର ଦୁଃଖ

ଭୋଗୁଛି ମୁଁ କାହାପାଇଁ

ଶରୀରଟା ସିନା କଳଙ୍କିତ ହେଲା

ହୃଦୟେ କଳଙ୍କ ନାହିଁ 

କଳଙ୍କର ଟିକା …………..୧ 

 

ପ୍ରୀତିର କଳଙ୍କ ଲିଭୁନି ମଥାରୁ

ତୁମ ସାଥେ ଭାବରଖି

ନିରୀହ ନିସ୍ପାପ ଜୀବନ ମୋହର

ପାରୁନାହିଁ ତାକୁ ଦେଖି 

ସହି ମୁଁ ପାରୁନି କଳଙ୍କର ବୋଝ

ରହିଛି ତୁମକୁ ଚାହିଁ

କଳଙ୍କର ଟିକା …………..୨ 

 

ତୁମ ବିନା କିଏ ଲିଭାଇ ପାରିବ

ମଥାର କଳଙ୍କ ମୋର

ଶତ ଚେଷ୍ଟା କରି ବିଫଳ ହେଲେବି

ଭାଙ୍ଗି ନାହିଁ ଆଶା ମୋର

ହୃଦୟ ଭିତରୁ ତୁମେ ପରା କୁହ

କଳଙ୍କ ଲାଗିବ ନାହିଁ 

କଳଙ୍କର ଟିକା ମଥାରେ ଲଗାଇ

କଳଙ୍କିତ ଆଜି ମୁହିଁ…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

Sunil Chandra Nayak

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ପ୍ରତିଯୋଗୀ ଙ୍କୁ ମିଳିଲା ସ୍ଵର୍ଣ୍ଣ

Sunil Chandra Nayak

Leave a Comment

error: Content is protected !!