ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେତେଥର ଓ କାହିଁକି ପ୍ରତିଜ୍ଞା ଭାଙ୍ଗିଥିଲେ ଗାନ୍ଧାରୀ

 କେତେଥର ଓ କାହିଁକି ପ୍ରତିଜ୍ଞା ଭାଙ୍ଗିଥିଲେ ଗାନ୍ଧାରୀ

ମହାଭାରତ ସମୟର ମହାରାଣୀ ଗାନ୍ଧାରୀ ହେଉଛନ୍ତି ଅନ୍ୟତମ ମୁଖ୍ୟ ଚରିତ୍ର । ଅନ୍ୟ ସମସ୍ତ ଚରିତ୍ର ଅପେକ୍ଷା ଜଣେ ପତିବ୍ରତା ନାରୀ ଭାବେ ସେ ବେଶି ପରିଚିତା । ଗାନ୍ଧାରୀ ନରେଶ ମହାରାଜା ସୁବଳଙ୍କର ଏକମାତ୍ର ଝିଅ ଥିଲେ । ଗାନ୍ଧାର ପ୍ରଦେଶର ଏକ ମାତ୍ର ରାଜକୁମାରୀ ହୋଇଥିବାରୁ ପିତା ଅତି ଶ୍ରଦ୍ଧାରେ ତାଙ୍କ ନାଁ ଗାନ୍ଧାରୀ ରଖିଥିଲେ । ପରବର୍ତ୍ତୀ ସମୟରେ ପିତାମହ ଭୀଷ୍ମ ମହାରାଜା ଧୃତରାଷ୍ଟ୍ରଙ୍କ ସହ ତାଙ୍କର ବିବାହ କରାଇଥିଲେ । ରାଜା ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ । ତେଣୁ ପତ୍ନୀ ଗାନ୍ଧାରୀ ନିଜ ପିତାଙ୍କ ପାଇଁ ବଳିଦାନ ଦେଇ ଆଜୀବନ ନିଜ ଆଖିରେ ପଟି ବାନ୍ଧିବାକୁ ଦୃଢ ପ୍ରତିଜ୍ଞା ନେଇଥିଲେ । ସ୍ବାମୀ ପାଇଁ ଏପରି ତ୍ଯାଗ ଇତିହାସରେ ହୁଏତ ଖୁବ୍ କମ୍ ନାରୀ ହିଁ କରିଥିବେ ।

      କିନ୍ତୁ ହୁଏତ ଖୁବ୍ କମ ଲୋକ ଜାଣିଥିବେ, ଜୀବନ ସାରା ଆଖିରେ ପଟି ବାନ୍ଧିବାର ଦୃଢ ପଣ ନେଇଥିଲେ ମଧ୍ୟ ନିଜ ଜୀବନ କାଳ ଭିତରେ ସମୁଦାୟ ୨ ଥର ଏହି ପ୍ରତିଜ୍ଞାକୁ ସେ ଭାଙ୍ଗିଥିଲେ । ତେଵେ ଆସନ୍ତୁ ଜାଣିବା କେଉଁ ଘଟଣା ମାନ ସତୀ ଗାନ୍ଧାରୀଙ୍କୁ ନିଜ ନିୟମ ଭାଙ୍ଗିବାକୁ ବାଧ୍ୟ କରିଥିଲା । ଶହେ ଭାଇ କୌରବଙ୍କ ମା’ ଗାନ୍ଧାରୀଙ୍କର ଭଗବାନ ମହାଦେବ ଶିବଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ୱାସ ଥିଲା । ତାଙ୍କୁ ଭଗବାନ ଶିବଙ୍କ ଠାରୁ ବରଦାନ ମିଳିଥିଲା କି ଯେଵେକି ସେ ନିଜ ଆଖିର ପଟି କାଢି କାହାକୁ ଦେଖିବେ ତାଙ୍କ ପୁରା ଶରୀର ଲୁହା ପରି ଟାଣ ହୋଇଯିବ । ପୁତ୍ର ମୋହରେ ଅନ୍ଧ ହୋଇ ଗାନ୍ଧାରୀ ମହାଭାରତ ଯୁଦ୍ଧ ସମୟରେ ନିଜ ପୁତ୍ର ଦୁର୍ଯ୍ୟୋଧନଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବେ ବୋଲି ଠିକ୍ କରିଥିଲେ । ଯାହାଦ୍ୱାରା ତାଙ୍କ ଶରୀର ଲୁହା ଭଳି ଟାଣ ହୋଇଯିବ ।

     ଏଥିପାଇଁ ସେ ପ୍ରଥମ ଥର ନିଜ ଆଖିର ପଟି ବାହାର କରିଥିଲେ । କିନ୍ତୁ ଲଜ୍ଜା କାରଣରୁ ଦୁର୍ଯ୍ୟୋଧନ ନିଜ ଗୁପ୍ତାଙ୍ଗରେ ଏକ କଦଳୀ ପତ୍ର ରଖି ଦେଇଥିଲେ । କିନ୍ତୁ ଦୁର୍ଯ୍ୟୋଧନଙ୍କ ଏହି ଭୁଲ୍ ପରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁର କାରଣ ପାଲଟି ଥିଲା । ଏହାବାଦ ମହାଭାରତ ଯୁଦ୍ଧର ଶେଷ ଦିନ ନିଜ ପଟି ବାହାର କରିଥିଲେ । ନିଜ ପ୍ରିୟ ପୁତ୍ର ଦୁର୍ଯ୍ୟୋଧନ ଗଭୀର ଆହତ ହୋଇଥିବାର ଖବର ଶୁଣି ସେ ନିଜ ଆଖିର ପଟି ବାହାର କରିଥିଲେ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
 ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଜ ପାନ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ଜହ୍ନରାତି

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଆସ ମା ଅବତରୀ

Sunil Chandra Nayak

Leave a Comment

error: Content is protected !!