ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ମହାବିଦ୍ୟାଳୟ ଓଡିଆ ବିଭାଗର ବରିଷ୍ଠ ପ୍ରାଧ୍ଯାପିକା ମଞ୍ଜୁ ମେଧା ଗୁରୁଙ୍କ ଚାକିରୀ କାଳ ପରିପୂର୍ତ୍ତିର ଅବସର କାଳିନ ସମ୍ବର୍ଦ୍ଧନା

କେସିଙ୍ଗା:୨୭/୬- ମ.ନି.ସ:- କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ଓଡିଆ ବିଭାଗର ବରିଷ୍ଠ ପ୍ରାଧ୍ଯାପିକା ମଞ୍ଜୁ ମେଧା ଗୁରୁଙ୍କ ଚାକିରୀ କାଳ ପରିପୂର୍ତ୍ତିରେ ଅବସର କାଳିନ ସଭା ଏକ ଭାବମୟ ପରିବେଶ ମଧ୍ୟରେ ଓଡିଆ ବିଭାଗର ଅଧ୍ଯାପକ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପାଳିତ ହୋଇଯାଛି। ଏଥିରେ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀ କୈଳାସ ଚନ୍ଦ୍ର ସାହୁ ସଭାପତିତ୍ୱ ଗ୍ରହଣ କରିଥିବା ବେଳେ ବରିଷ୍ଠ ପ୍ରାଧ୍ଯାପିକ ପର୍ଶୁରାମ ସାହୁ ମୁଖ୍ଯବକ୍ତା ଓ ଓଡିଆ ବିଭାଗର ଅଧ୍ଯାପକ ଡାକ୍ତର ରାକେଶ କୁମାର ବିଷି କାର୍ଯ୍ଯ ପରିଚାଳନା କରିଥିଲେ। ବୃତ୍ତି ନିବୃତ୍ତ ପ୍ରାଧ୍ଯାପିକା ମଞ୍ଜୁ ମେଧା ଗୁରୁ ନିଜ ବକ୍ତବ୍ୟରେ ନିଜ ଚାକିରୀ କାଳର ୩୪ ବର୍ଷର ଅନୁଭୂତିକୁ ଅଶ୍ରୁ ସ୍ରଜଳ ନୟନେ ବ୍ଯକ୍ତ କରିଥିଲେ। ଏହି ଚାକିରୀ ଜୀବନର ସ୍ମୃତି ହିଁ ତାଙ୍କୁ ଆଗାମୀ ଭବିଷ୍ୟତରେ ଜୀଇଁବାର ଖୋରାକ୍ ଯୋଗାଇବ ବୋଲି ନିଜ ଅଭିଭାଷଣରେ କହିଥିଲେ।ତତ୍ ସହିତ ଅନୁଷ୍ଠାନ ଅଧ୍ଯକ୍ଷ ଶ୍ରୀ କୈଳାସ ଚନ୍ଦ୍ର ସାହୁ,ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ପର୍ଶୁରାମ ସାହୁ,ଅଧ୍ଯପକ ଡକ୍ଟର ରାକେଶ କୁମାର ବିଶି ଓ ଓଡିଆ ବିଭାଗର ଛାତ୍ରଛାତ୍ରୀ ମାନେ ଅବସର ଗ୍ରହଣ କରିଥିବା ମଞ୍ଜୁ ମେଧା ଗୁରୁଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅବସର ପରବର୍ତ୍ତୀ ଜୀବନର ଶୁଭ କାମନା କରିଥିଲେ।

କେସିଙ୍ଗା ରୁ ଚନ୍ଦ୍ର ମଣି ସ୍ୱାଇଁ ଙ୍କ ରିପୋର୍ଟ।

Related posts

ନିଆଁ ରେ ପୋଡି ଜଣେ ମୃତ୍ୟୁ

Sunil Chandra Nayak

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଶତ ବାର୍ଷିକୀ ସମାରୋହ ପାଳିବ 

Sunil Chandra Nayak

ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ତରଫରୁ ସମ୍ବିଧାନ ଦିବସ ଓ ସାଂଗଠାନିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!