ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କାଳିଆକୁ ଜ୍ଵର

କାଳିଆକୁ ଜ୍ଵର

ପ୍ରଶାନ୍ତ କୁମାର ନାଥ

 

ସ୍ନାନ ପୂର୍ଣ୍ଣିମାରେ ଗାଧୋଇଲୁ ଜଗା

    ଶହେ ଆଠଗରା ଜଳେ

ଅଣସରେ ରହି ବଥାଉଛି ଦେହ

    ଶ୍ରୀଅଙ୍ଗରୁ ଜ୍ଵର ଜଳେ। 

 

ଦଇତା ପତିଏ ଔଷଧ ଯୋଗାଡି

    ଲେପନ୍ତି ଅଙ୍ଗରେ ନେଇ

ସୁରଙ୍ଗ ଅଧର ଦିଶଇ ମଳିନ

    ଜ୍ଵର ପିଡା ସେଯେ ପାଇ। 

 

ରୁଚୁନି ମୁଣ୍ଡକୁ ଷାଠିଏ ପଉଟି

    ପଣା ଚକଟାକୁ ଖାଓ

ଚନ୍ଦନ କସ୍ତୁରୀ କର୍ପୁର ଲେପନେ

    ଉପସମ ତୁମେ ପାଓ। 

 

ଫୁଲୁରି ତେଲକୁ ମାଲିସ୍ ହୋଇଣ

    ଜ୍ଵର ପିଡା କମି ଥାଏ

ଅଣସରେ ରହି ଶ୍ରୀଅଙ୍ଗ ଲୁଚାଇ

    ସଵୁ କଷ୍ଟ ସହି ଯାଏ। 

 

ରାଜ ବଇଦଙ୍କ ଦଶମୂଳି ଖାଇ

   ସୁସ୍ଥ ହୋନ୍ତି ଭଲ ଭାବେ

ପତି ମହାପାତ୍ର ଉପଚାର ପାଇ

    ଶ୍ରୀଜୀଉ ସୁନ୍ଦର ତେବେ। 

 

ତୁ ସିନା ପାଉଛୁ ଅଣସର ପିଡା

    ଭକତର ଦୁଃଖ ମନ

ଦରଶନ ଟିକେ ପାଉନାହିଁ ତୋର

    ଆହେ ରେ ଚକା ବଦନ। 

 

ନନ୍ଦିଘୋଷ ରଥ ହୋଇଅଛି ସଜ

    ଯିଵୁ ତୁ ମାଉସୀ ଘର

ବଡ଼ ଦାଣ୍ଡେ ଯେଵେ ଆସିବୁ କାଳିଆ

      ଦୁଃଖ ହେଇ ଯିବ ଦୂର।।

ପ୍ରଶାନ୍ତ କୁମାର ନାଥ ଜୁଣଗଡି
 (ରାଜନଗର) କେନ୍ଦ୍ରାପଡ଼ା

Related posts

ଚଳାନପଡା ଅଂଚଳ ନୂତନ କମିଟି ଗଠିତ

Sunil Chandra Nayak

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ଦାବି ସତ୍ବେ ନିଜସ୍ଵ ଗୃହ କେବେ?

Sunil Chandra Nayak

ଆଜାଦ୍ କୀ ଅମୃତ ମହୋତ୍ସବ୍ ଉପଲକ୍ଷେ ସାଇକେଲ ରାଲି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!