ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡ ଜିଲ୍ଲାପାଳଙ୍କ ମୁନିଗୁଡା ବ୍ଲକରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାୟଗଡା: ଆଜି ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେଵ ସିଂହ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,,ଉପଜିଲ୍ଲାପାଳ ଗୁଣପୁର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଗ୍ରାମୀୟ ଜଳଯୋଗାଣ ସହକାରୀଯନ୍ତ୍ରୀ ,ପ୍ରକଳ୍ପ ପ୍ରଶାସକ ,ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଗୁଣପୁର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ,ଉଦ୍ୟାନ କୃଷି ଉପନିର୍ଦେଶକ ପତିତପାବନ ସାମନ୍ତରାୟ,ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ଟରିଆ କୁଲ,ଅଧ୍ୟକ୍ଷl ପଂଚାୟତ ସମିତି ଦୁଃଖନୀ ନୁଣ୍ଡରୁକା, ବିଡ଼ିଓ ମୁନିଗୁଡା ଦିଲ୍ଲୀପ କୁମାର ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଦେବାଶିଷ ଗୌଡ଼, ତହସିଲଦାର ମୁନିଗୁଡା, ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୯୫ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା l ସେଠି ମଧ୍ୟରୁ ୬୦ଟି ବ୍ୟକ୍ତିଗତ ହୋଇଥିବା ବେଳେ ୩୫ଟି ସାମୁହିକ ଅଭିଯୋଗ ଆସିଥିଲା l ଏହି ଅବସରରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ୫୨ଜଣକୁ ଦୁଇମାସର ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି l ଦୁଇ ଜଣକୁ ୩ଛକିଆ ସାଇକେଲ, ଜଣକୁ ହୁଈଲ ଚେୟାର ପ୍ରଦାନ କରାଯାଇଛି l ସେହିପରି ମୁନିଗୁଡା ତହସିଲଦାରଙ୍କ ତରଫରୁ ୫୦ଜଣକୁ ଜଙ୍ଗଲ ଜମି ପଟ୍ଟା ଓ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ଜିଲ୍ଲା ପାଳ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀମତି ଦେଵସିଂ ଏହାପରେ ମୁନିଗୁଡା ବ୍ଲକର ଓପେନ ଜିମ, କୁମୁଡ଼ାବାଲିର ଅମୃତ ସରବର, ଧୋବାଡ଼ିହର ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ ନର୍ସରୀ, ତେଲେଙ୍ଗାପଦର ଗ୍ରା.ପର 5Tଉଚ୍ଚ ବିଦ୍ୟାଳୟ, ବୋରିଖୋଲ ଗ୍ରା.ପ.ର ମୋଡେଲଚlନ୍ଦ,ମୁନିଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଏହାପରେ ମୁନିଖୁଲ ଗ୍ରା. ପ ଅନ୍ତର୍ଗତ ମୁର୍ଖlଵଣ୍ଡେଲ ଗ୍ରାମର ମାତୃ ଓ ଶିଶୁ ପୋଷଣ କେନ୍ଦ୍ର,ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଛେଳି ପାଳନ କେନ୍ଦ୍ର ବୁଲିଦେଖିଥିଲେ l ମାଆ ଗଜବାୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଓଟିଏଲପ ଦ୍ବାରା ହଳଦୀ ଚୁନା କଳ ଓ ଚାଉଳ ଚୂନା କଳ ପ୍ରଦାନ କରିଥିଲେ l

ରାୟଗଡ଼ା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ମିଲକି ଅଞ୍ଚଳରେ ଜଳଛତ୍ର ପ୍ରହସନ ପାଲଟିଛି

ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ

Sunil Chandra Nayak

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ଲଲାଟ ଲିଖନ

Sunil Chandra Nayak

Leave a Comment

error: Content is protected !!