ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର ଦୁର୍ଘଟଣା ରେ ଯୁବକ ମୃତ,ପୋଲିସ ର ତଦନ୍ତ ଜାରି

କୋକସରା,୧୨/୧୨/ଜାତୀୟ ରାଜପଥ ୨୬ କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ଗାଁ ସ୍କୁଲ ବୁଲାଣି ରାସ୍ତାରେ ଶନିବାର ରାତିରେ ଏକ କ୍ରିଏଟା କାର ନମ୍ବର OD 30 E 7788 ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ କାରରେ ଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ନାବାଳକ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ କୋକସରା ବ୍ଲକ ସାନ ପୋଡ଼ାଗୁଡା ଗାଁର ହୃଦାନନ୍ଦ ଝାଙ୍କରଙ୍କ ପୁଅ ଅଚ୍ୟୁତାନନ୍ଦ ଝାଙ୍କର ବୟସ ୧୭। ସେ ମାଲକାନଗିରିରେ ରହୁଥିବା ତାଙ୍କ ସମ୍ପର୍କୀୟ ନାନା ପୁଅ ଭାଇ ଦୁଷ୍ମନ୍ତ ନାଏକ(୨୫) ଓ ଅନ୍ୟ ଜଣେ ଯୁବକ ବାଲ୍ମୀକି ମହାରଣା (୨୫)ଙ୍କ ସହ ଟିଟିଲାଗଡ଼ରୁ ମାଲକାନଗିରି ଫେରୁଥିବା ସମୟରେ ରାତି ପ୍ରାୟ ୧୦:୩୦ ମିନିଟ ସମୟରେ ସିଉନି ଗାଁ ମୁଣ୍ଡ ନିକଟରେ ଥିବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀମାନେ ଗୁରୁତର ୨ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇ ଆମପାଣି ପୋଲିସ କର୍ମଚାରୀ ପହଞ୍ଚି ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିଲେ । ଆମପାଣି ଥାନା କେଶ ନମ୍ବର ୧୨୫/୨୨ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁକରି ତଦନ୍ତ ଜାରି ରହିଥିବା ନେଇ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ବିଧବା

ଯାଦବ ସମାଜ ର ନୂଆଖାଇ ଭେଟଘାଟ ପାଳିତ

Sunil Chandra Nayak

Leave a Comment

error: Content is protected !!