ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

କୋକସରା,୧୨/୧୨- କୋକସରା ବ୍ଲକ ଟେମରା ପଞ୍ଚାୟତ ପଦରପଡା ଖେଳ ପଡିଆରେ ଲଙ୍କେ ବସ୍ତ୍ରେରୀ ଯୁବକ ସଙ୍ଘ ପକ୍ଷରୁ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସମିତି ସଭ୍ୟା ପ୍ରତିନିଧି ନରେନ୍ଦ୍ର ମାଝୀ , ଯୁବ ଉଦ୍ୟୋଗି ସୁଶାନ୍ତ ସାହୁ, ସାଂସଦ ପ୍ରତିନିଧି କୋକସରା ବ୍ଲକ ସୁଧୀର କୁମାର ପାତ୍ର, ମୁଖ୍ୟବକ୍ତା ଶିକ୍ଷକ ଅଶୋକ ଦାସ, କୋକସରା ବ୍ଲକ ବିଜେଡି ସମ୍ପାଦକ ପଞ୍ଚକ ପୋଢ଼, ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉଦଯାପିତ ଫାଇନାଲ ଟୁର୍ଣ୍ଣାମେଣ୍ଟରେ ୨ ଟି ଖେଳ ଅନୁଷ୍ଠିତ ହୋଇଥିଲା। ସେମି ଫାଇନାଲ ଖେଳ ଟେମରା ଓ ଝାର କୁଣ୍ଡାମାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୩/୦ ଗୋଲରେ ଟେମରା ଦଳକୁ ହରାଇ ସେମି ଫାଇନାଲ ଖେଳରେ ଝାର କୁଣ୍ଡାମାଲ ବିଜୟୀ ହୋଇଥିବା ବେଳେ ଫାଇନାଲ ଖେଳ ଝାର କୁଣ୍ଡାମାଲ ଓ ମାଲଗୁଣ୍ଡି ଦଳ ମଧ୍ୟରେ ଚିତାକର୍ଷକ ସ୍ଥିତିରେ ପହଞ୍ଚିଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ ଦେଇ ପାରିବାରେ ସକ୍ଷମ ହୋଇନଥିଲେ ପରେ ପେନାଲଟିକ ସୁଟ ଆଉଟରେ ମାଲଗୁଣ୍ଡି ଦଳକୁ ହରାଇ ଝାର କୁଣ୍ଡାମାଲ ଦଳ ବିଜୟୀ ହୋଇ ଟେମରା କପ ଫାଇନାଲ ବିଜୟୀ ହୋଇଛି। ଉଦଘାଟିତ ଫୁଟବଲ ଖେଳକୁ ଖେଳ ଶିକ୍ଷକ ତାପସ ଦାସ ଓ ଲାଇନମେନ ଭୁପେନ୍ଦ୍ର ଗୋପାଳ, ଯଶୋବନ୍ତ ଶବର, ଯୁବକ ସଙ୍ଘର ଟୋପେଶ୍ୱର ମାଝି, ଆଶିଷ ରଞ୍ଜନ ମାଝୀ, କୁମୁଦ ମାଝୀ, ପ୍ରଦୀପ କୁମାର ସାହୁ, କିଶୋର ଚନ୍ଦ୍ର ଦଳପତି, ମୁକେଶ କୁମାର ସାହୁ, ବିରଞ୍ଚି ରଣା, ଦୟାନିଧି ପଟେଲ, ସୁଧୀର ରଣା ଅଖିଳ ପଟେଲ ପ୍ରମୁଖ କର୍ମକର୍ତ୍ତା ଉଦଯାପିତ ଫୁଟବଲ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଖେଳର ଧାରା ବିବରଣୀ ବାବୁଲାଲ ଶବର ପ୍ରଦାନ କରିଥିଲେ। ଫାଇନାଲ ଖେଳ ଉପଭୋଗ କରିବାକୁ ୨ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ପଡ଼ିଆରେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍

Related posts

ଗଜଲଷ୍ମୀ ପୂଜା କମିଟି କୁମ୍ଭାର ପଡା ନୂତନ କର୍ମକର୍ତ୍ତା ନିର୍ବାଚନ ,ସଭାପତି ମାନସ , ସମ୍ପାଦକ ସୁଜିତ 

Sunil Chandra Nayak

ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ବିଧାୟକ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକରେ ଆଶାର ଆଲୋକ ଭାବରେ ଦଣ୍ତାୟ ମାନ ଚାଞ୍ଚେର ମାଝୀ

Sunil Chandra Nayak

Leave a Comment

error: Content is protected !!