ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

ଟାୟାର ଫାଟି ଦୁର୍ଘଟଣା ଘଟିଥିବା ସନ୍ଧେହ

ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ ଅଫିସ୍ ରେ କାର୍ଯ୍ୟରତ ସପନ ସରକାର ଙ୍କ ସହ ତାଙ୍କ ପରିବାର ସଦସ୍ୟ ଗତ ଶନିବାର କାଙ୍କେର ଠାରେ ଥିବା ସମ୍ପର୍କୀୟ ଘରୁ ଭୋଜି ଖାଇ କଣ୍ଡଙ୍ଗା ରାସ୍ତା ଦେଇ ଉମରକୋଟ ଫେରୁଥିବା ସମୟରେ କାଙ୍କର୍ ଠାରୁ ପାଞ୍ଚ କିମି ଆସିବା ପରେ କାର୍ ର ଟାୟାର ଫାଟି ଯିବା ଫଳରେ କାର ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପରିତିକ୍ତ କୂଅ ମଧ୍ୟରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ପ୍ରକାଶ ଥାଉ କି ଚତିଶଗଡ କାଂକର ରୁ ଫେରିବା ବେଳେ ନିଖୋଜ ଥିବା ନେଇ ପରିବାର ତରଫରୁ କଂକର ର କତୁଆଲି ଥାନା ରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ଛତିଶ ଗଡ଼ ଘଟଣା ତନାଘନା ଆରମ୍ଭ କରିଥିଲା। ଆଜି ରାସ୍ତା କଡ଼ରେ ଥିବା ଗୋଟାଏ କୂଅ ମଧ୍ୟରେ ଭେନିଟ ବ୍ୟଗ ଦେଖିବାକୁ ମିଳିଥିଲା। ତାକୁ ସନ୍ଦେହ କରି ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ଵାରା ପରିତ୍ୟକ୍ତ୍ କୂଅ ମଧ୍ୟରେ କାର ଫସିଯାଇଥିବା ଜାଣିବାକୁ ପାଇଲେ। ତାପରେ ଜେଶିଭି ଦ୍ଵାରା କାର ଟି କୁ କୁଆ ମଧ୍ୟରୁ ବାହାର କରି ଦେଖିଲେ ଯେ କାର ମଧ୍ୟରେ ଚାରି ଜଣ ଙ୍କ ମୃତ ଦେହ ରହିଛି। ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ସହ ପରିବାର କୁ ହସ୍ତାନ୍ତର କରିଥିବା ଜଣାଯାଇଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁସୁମି ତହସିଲ ତରଫରୁ ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କିସମ ଜମିରେ ପରିବର୍ତ୍ତନ କରିବା ପାଇଁ ଘୁସୁରିଆ ହିଲ୍ ପ୍ରାଙ୍ଗଣରେ ୪ଟି ଗ୍ରାମକୁ ନେଇ ପଲ୍ଲୀସଭା

Sunil Chandra Nayak

ଚନାବେଡା ସରପଞ୍ଚ ଭୋଟ ଗଣତି ରେ ଅନିମିୟତା ହୋଇଥିବା ଅଭିଯୋଗ

Sunil Chandra Nayak

ବାଲେଶ୍ଵର – ଭ୍ରାମ୍ୟମାଣ ପାଠାଗାରର ରାଜ୍ୟ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!