ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ଆଦମୀ ପାର୍ଟି କଳାହାଣ୍ଡି ଶାଖା ତରଫରୁ  କର୍ମକର୍ତ୍ତା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତାର ଶପଥ ପାଠ

ଭବାନୀପାଟଣା:୨୮/୬- ମ.ନି.ସ:– ଅଦ୍ଯ ୨୮/୬/୨୦୨୨ ତାରିଖ ଦିନ ଆମ ଆଦମୀ ପାର୍ଟି କଳାହାଣ୍ଡି ତରଫରୁ ଏକ କର୍ମକର୍ତ୍ତା ସମ୍ମିଳନୀ ଓ ନୂତନ ଜିଲ୍ଲା କମିଟିର ଶପଥ ଗ୍ରହଣ କାର୍ଯ୍ଯକ୍ରମ ଭବାନୀପାଟଣା ସହର ସ୍ଥିତ ରେଡକ୍ରସ୍ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ କ୍ଯାଣ୍ଟ ବିଧାୟକ ତଥା ଓଡିଶା ରାଜ୍ୟ ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡିଆନ୍ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ଯ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର,କଳାହାଣ୍ଡି ଜିଲ୍ଲା ପର୍ଯ୍ଯବେକ୍ଷକ କୃର୍ତ୍ତିବାସ ମୁଣ୍ତ, ନୂଆପଡା ଜିଲ୍ଲା ଆବାହକ ଶ୍ରୀ ଶୋକନାଥ ସେନାପତି, ପ୍ରମୁଖ ଯୋଗଦେଇଥିଲେ। ଦିଲ୍ଲୀ ଭଳି ସ୍ଥାନରେ ଆମ୍ ଆଦମୀ ପାର୍ଟି ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି,ପାଣି ଓ ରୋଜଗାର ଯୋଗାଇ ସଫଳ ରାଜନୀତି କରି ୩ ଥର ସରକାର ଗଠନ କରିବାରେ ସମର୍ଥ ହୋଇପାରିଛି। ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଶ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଆସ୍ଥା ପ୍ରକଟ କରି ପଞ୍ଜାବବାସୀ ସରାକର ଗଠନ କରିବା ପାଇଁ ସୁଯୋଗ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଗୋଟିଏ ପରେ ଗୋଟିଏ ରାଜ୍ଯ ଦଖଲ କରିବା ପାଇଁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରୁଥିବାବେଳେ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ଓଡିଶା ଉପରେ ଉପରେ ଫୋକସ୍ କରୁଛି ; ଓଡିଶାର ମଧ୍ୟ ସ୍ବାସ୍ଥ୍ୟ, ଶିକ୍ଷା,ବିଜୁଳି,ପାଣି ଓ ରୋଜଗାରକୁ ଭଳି ମୁଦ୍ଦାକୁ ଧରି ମଇଦାନରେ ଓହ୍ଲାଇବା ସହିତ ରାଜ୍ଯ ପ୍ରଭାରୀ ବାରମ୍ବାର ଓଡିଶା ଗସ୍ତ କରି ଓଡ଼ିଶା ସରକାରଙ୍କ ବିଫଳତା କୁ ନେଇ ଟାର୍ଗେଟ କରୁଛନ୍ତି। ସମସ୍ତ ଜିଲ୍ଲା ଗସ୍ତ କରି ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ବ୍ଳୁପ୍ରିଣ୍ଟ ତିଆରି କରୁଛନ୍ତି। ସେହିଭଳି ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆମ୍ ଆଦମୀ ପାର୍ଟି ଆରମ୍ଭ କରିଥିବା ଦସ୍ତଖତ ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବା ସହିତ ସଂଗଠନକୁ ସୁଦୃଢ କରିବା ଦିଗରେ ଗୁରୁମନ୍ତ୍ର ଦେଇଛନ୍ତି। ଏବଂ ଦିଲ୍ଲୀ ଯଦି ବାହାର ରାଜ୍ୟରୁ ବିଜୁଳି କିଣି ସମସ୍ତ ପରିବାରକୁ ୨୦୦ ୟୁନିଟ ବିଜୁଳି ଫ୍ରି ଦେଇପାରୁଛି ତାହେଲେ ବିଦ୍ଯୁତ ଉତ୍ପାଦନ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟ ହେଲେ ସୁଦ୍ଧା କାହିଁକି ଓଡିଶାବାସୀଙ୍କୁ ଦେଇପାରୁନି ବୋଲି ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ କରିଛନ୍ତି। ଓଡିଶା ରାଜ୍ୟ ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡିଆନ୍ ଏହି କାର୍ଯ୍ଯକ୍ରମ ଦିନ କଳାହାଣ୍ଡି ଜିଲ୍ଲାର ଆମ୍ ଆଦମୀ ପାର୍ଟି ର ନୂତନ ଜିଲ୍ଲା କମିଟି ଘୋଷଣା କରିଛନ୍ତି। ନୂତନ ଜିଲ୍ଲା ସଭାପତି ଭାବରେ ଶ୍ରୀ ବିଘ୍ନରାଜ ପଣ୍ତା ଶପଥ ଗ୍ରହଣ କରିଥିବା ବେଳେ ଜିଲ୍ଲା କମିଟି ରେେ ଶ୍ରୀ ବିକାଶ କୁମାର ସାହୁ,ଗଣେଶ ବାଗ,ଦୁର୍ଯ୍ୟୋଧନ କୁମାର, ପି. ଶଙ୍କର ରେଡ୍ଡୀ, ଭୋଦେବ ବେହେରା, ପ୍ରଶନ୍ନ ସାହୁ,ହେମରାଜ ସେନାପତି,ଭୁଜମଣି ନାଗ,କୃପାସିନ୍ଧୁ ନାୟକ, ବିବେକାନନ୍ଦ ନାଗ, ସମିର ଅଗ୍ରଓ୍ବାଲ,ରାଧେଶ୍ଯାମ ଅଗ୍ରଓ୍ବାଲ,ବିଜୁ ମଙ୍ଗରାଜ,କ୍ଷୀରୋଦ ନାଗ, କିରଣ ଗୋପାଳ, ପ୍ରମୁଖ ଶପଥ ଗ୍ରହଣ କରି ଦାୟିତ୍ୱଭାର ଗ୍ରହଣ କରିଥିବା ବେଳେ ମହିଳା ମୋର୍ଚ୍ଛା ସଭାନେତ୍ରୀ ଭାବରେ ମମତା ନାୟକ ଶପଥ ଗ୍ରହଣ କରିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମା ଙ୍କ ରିପୋର୍ଟ

Related posts

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

masiha

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

Sunil Chandra Nayak

କଲ୍ୟାଣୀ ନନ୍ଦ ଙ୍କ କବିତା ଗ୍ରୀଷ୍ମ ଗୋଧୂଳି

Leave a Comment

error: Content is protected !!