ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାଃ ବିଚିତ୍ରାନନ୍ଦ ପଟ୍ଟନାୟକ ଗୃହ ନିର୍ମାଣ ସମବାୟ ସମିତି ସଭାପତି

ରାଇରଙ୍ଗପୁର– ୨୮/୬/୨୨ ସମବାୟ ନିର୍ବାଚନ ସରିଯାଇଛି । ରାଇରଙ୍ଗପୁର ଗୃହ ନିର୍ମାଣ ସମବାୟ ସମିତି ସଭାପତି ଭାବେ ଡ଼ାଃ ବିଚିତ୍ରାନନ୍ଦ ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।ଲଗାତର ଷଷ୍ଠ ଥର ପାଇଁ ସେ ଏହି ପଦ ଅଳଙ୍କୃତ କରିଛନ୍ତି ।ଜଣେ ସମାଜସେବୀ,ଜଣେ ଦକ୍ଷ ସଂଗଠକ, ବିଶିଷ୍ଟ ସମବାୟବିତ୍, ବିଭିନ୍ନ ସାମାଜିକ, ସାଂସ୍କୃତିକ,ଓ ଧାର୍ମିକ ଅନୁଷ୍ଠାନ ସହିତ ସେ ଜଡ଼ିତ ଅଟନ୍ତି ।ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ।ଅତିତରେ ସେ ନିର୍ବାଚିତ ହୋଇ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିଛନ୍ତି । ସେ ମଧ୍ୟ ଅର୍ବାନ ବ୍ଯାଙ୍କର ଡାଇରେକ୍ଟର ଥିବା ସମୟରେ ବହୁତ ଲୋକଙ୍କର ବୁଡି ଯାଇଥିବା ଟଙ୍କାକୁ ଫେରସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବିଜୟରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କ ସହିତ ପରିଚାଳନା ପରିଷଦର ସଦସ୍ୟ ଭାବେ ଅଂଜନା ଦାସ,ପ୍ରଦୀପ ପାଲ,ଆଲ୍ଲାଦ ଦାସ,ଭୀମ ଟୁଡୁ,,ମୁନା ନାଏକ,ଲତିକା ପାଲ, ସୁଚିସ୍ମିତା ପଟ୍ଟନାୟକ,ସଂଜିତ ଥୟାଲ, ଅନ୍ତର୍ଯ୍ୟାମୀ ନାଏକ,,ରୁପାଲି ଗିରି,ମହାନନ୍ଦ ବାରିକ, ଶିରିଷ ଥୟାଲ ,ବୁଧୁ ବେହେରା, ବାସନ୍ତୀ ମୁର୍ମୁ ପ୍ରମୁଖ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି ।ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାରୁ ଗୃହ ନିର୍ମାଣ ସମବାୟ ସମିତି ର ସମସ୍ତ ସଦସ୍ୟ ଓ ସଦସ୍ଯା ତାଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ରଖିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

କଳାହାଣ୍ଡିରେ କିସ୍‍ର ଶାଖା….

Sunil Chandra Nayak

ଭର୍ଚୁଆଳ ମୋଡ ରେ କୋକସରା ବ୍ଲକର ୭ ସ୍ମାର୍ଟ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!