ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୨୫/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ଜନଜାଗରଣ ମଞ୍ଚର ମାସିକ ବୈଠକ ଖଇରା କେନାଲ ଅଫିସ ସାମ୍ନା ମଞ୍ଚ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ବୈଠକ ପରିଚାଳନା କରିଥିଲେ ସଭାପତି ଉମେଶ ଚନ୍ଦ୍ର ନାୟକ । ଏଥିରେ ମୋଟ ୧୫୦ ରୁ ଉର୍ଦ୍ଧ୍ବ ସଦସ୍ୟ/ସଦସ୍ୟା ଅଛନ୍ତି । ସେଥିମଧ୍ୟରୁ ଚିନ୍ତାମଣି ସାହାଣୀ, ରାମକୃଷ୍ଣ ଦାସମହାପାତ୍ର, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ଅଭିରାମ ମହାପାତ୍ର ଓ ବୁଦ୍ଧିରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପଣ୍ଡିତ ଶ୍ରୀ ପତ୍ରୀଙ୍କ ଧାର୍ମିକ ତତ୍ତ୍ୱ ଆଲୋଚନା ପରେ ବୈଠକର ଉଦ୍ଦେଶ୍ୟ ବିଷୟରେ ଆଲୋଚନା ହୋଇଥିଲା । ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ସମ୍ପାଦକ ଶ୍ରୀ ବେହେରା । ମଞ୍ଚର କର୍ମକର୍ତ୍ତା ମାନେ ସର୍ବଦା ସମାଜସେବା କାର୍ଯ୍ୟ କରିଥାନ୍ତି । ଗତ ତା ୦୪/୭/୨୨ ରିଖ ଖଇରା ଠାରେ ମିଳିତ ଜନଶୁଣାଣୀ ଶିବିରରେ ଖଇରା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲା ମଞ୍ଚ । ସେଥିମଧ୍ୟରୁ ଖଇରା ଠାରେ ଶୀଘ୍ର ନୂତନ କୋର୍ଟର ଶୁଭାରମ୍ଭ କାର୍ଯ୍ୟ ଏବଂ ଯାତ୍ରୀ ବିଶ୍ରାମଗାର ପ୍ରତିଷ୍ଠା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ବିଳମ୍ବ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ନିମନ୍ତେ ଆଲୋଚନା ହୋଇଯାଇଛି । ସମ୍ପାଦକଙ୍କ ଆହ୍ୱାନକ୍ରମେ ମଞ୍ଚର ଜଣେ ସଦସ୍ୟ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଉପସ୍ଥିତ ରହି ବୈଠକରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଭିରାମ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।।ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣି

Sunil Chandra Nayak

ବଡଫୁର୍ଲା ମହାତ୍ମାଗନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ

Sunil Chandra Nayak

ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!