ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

ଭକ୍ତିରେ ଆହେ ଜଗନ୍ନାଥ

 

ଭକ୍ତିରେ ତୁମେ ଆହେ ଜଗନ୍ନାଥ

   ଶ୍ରୀରଥେ ଆଜ କରିଛ ବିଜେ

ଦେଖିବାକୁ ଆଖି ଯାଏ ନିରେଖି 

   ମନ ଏ ତୁମ ଶ୍ରୀମୁଖ ଖୋଜେ ll

 

ଲକ୍ଷ ଲକ୍ଷ ଭକ୍ତ ଭାବ ପ୍ରବଣ 

      ତୁମ ଶ୍ରୀମୁଖ ଦର୍ଶନ ପାଇଁ

ପାଟ ପିତାମ୍ବର ଦିଶେ ସୁନ୍ଦର

       ମଥା ଏ ଯାଏ ତୁମଠି ନଇଁ ll

 

କୃପା କର ପ୍ରଭୂ ତୁମ ଆଶୀଷ

     ନରହୁ ଏହି ସଂସାରେ ଦୁଃଖ

ହରି ନିଅ ମନରୁ କଷ୍ଟ ଦୁଃଖ

     ଦେଖାଇ ତୁମ ଦିବ୍ୟ ଶ୍ରୀମୁଖ ll

 

କୋଟି ଅବତାର ନିଅ ଜଗତେ

       ଦେଖାଇ ତୁମ ଭୁବନ ରୂପ

ଭକ୍ତ ଦାସିଆର ଡାକ ଶୁଣିଲ

        ବଢ଼ାଇ ତୁମ ହସ୍ତ ସ୍ୱରୂପ ll

 

ବରଷକେ ଥରେ କରୁଛ ବିଜେ

     ବଳଭଦ୍ର ସୁଭଦ୍ରାଙ୍କ ସାଥେ

ଦେଖି ନିଅ ତୁମେ ହେ ଜଗନ୍ନାଥ

      ଆଶୀର୍ବାଦ ଦିଅ ତୁମ ହାତେ ll

   ତ୍ରିନାଥ ପଟ୍ଟନାୟକ

    ( ଅଧ୍ୟାପକ ତଥା କବି)
  ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
 ପୋ:ଜିଲ୍ଲା- କୋରାପୁଟ

     

Related posts

ଦୁର୍ଘଟଣା ରେ ଗୁରୁତର ଙ୍କ ଚିକିତ୍ସା ପାଇଁ ସହୟତାର ହାତ ବଢାଇଲା ଡାବୁଗାଁ ଡ୍ରାଇଭର ମହାସଙ୍ଘ

Sunil Chandra Nayak

ନନ୍ଦାହାଣ୍ଡି ରେ ଭାଲୁ ଆତଙ୍କ – ଦୁଇଟି ଛେଳିକୁ ଜୀବନ୍ତ ଖାଇଗଲା ଭାଲୁ

Sunil Chandra Nayak

ମଧ୍ୟାହ୍ନ ଭୋଜନ ପାଚିକା ମାନଙ୍କ ଗୁରୁତ୍ଵପୁର୍ଣ ବୈଠକ ଓ ନୂତନ କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!