ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

ନବ ଯଉବନ ମହାପ୍ରଭୁ ବେଶ

        ଭକ୍ତଙ୍କୁ ଦେବେ ଦର୍ଶନ

ଦେଖିବେ ଭକତ ହୋଇବ ସନ୍ତୋଷ

           ଭକ୍ତ ପ୍ରଭୁ ଏ ମିଳନ।

ପ୍ରଭୁ ହୁଏ ରେଡ଼ି ଭକ୍ତ ହୁଏ ରେଡ଼ି

    ରଥବି ହୋଇଲା ରେଡ଼ି

ବିଜେ କରି ଆସ ତ୍ରିରଥେ ଦେବତା

       ରଥ ଯାଉ ଗଡିଗଡି।

ନବ ଯଉବନ ଶୋଭାର ଦୃଶ୍ୟକୁ

       ଭକ୍ତ କରନ୍ତି ଦର୍ଶନ

ଆନନ୍ଦ ପାଆନ୍ତି ଦୃଶ୍ୟ ପଟ ସବୁ

     ଖୁସି କହେ ଜୟଗାନ।

ନାନା ଅଳଙ୍କାର ସଜ୍ଜିତ ଠାକୁର

     ଶୋଭା ବଡ ମନୋହର

ଭକତ ଦେଖନ୍ତି ତୃପ୍ତି ବି ପାଆନ୍ତି

       ପ୍ରସାଦ ବଡ଼ ମଧୁର।

ସୁନ୍ଦର ଛବିର ସୁନ୍ଦର ଶୋଭାରେ

     ପ୍ରଭୁ କି ସୁନ୍ଦର ଦିଶେ

ଭକ୍ତ ଆଖିର ଚାହାଣି ମଧ୍ୟରେ

      ପ୍ରଭୁ କି ମୁରୁକି ହସେ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଡିକୋଟିଙ୍ଗ ଲିଡରସିପ କାର୍ଯ୍ୟକ୍ରମ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କୋଟି ଯୁହାରେ

କଳାହାଣ୍ଡି : ଲାଞ୍ଜିଗଡ ରୁ ରାଜଧାନୀ … କେମିତି ଥିଲା ଯାତ୍ରା ! କେମିତି ବନିଲେ କୋଟିପତି..

Sunil Chandra Nayak

Leave a Comment

error: Content is protected !!