ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭକ୍ତିରେ ଆହେ ଜଗନ୍ନାଥ

ଭକ୍ତିରେ ଆହେ ଜଗନ୍ନାଥ

 

ଭକ୍ତିରେ ତୁମେ ଆହେ ଜଗନ୍ନାଥ

   ଶ୍ରୀରଥେ ଆଜ କରିଛ ବିଜେ

ଦେଖିବାକୁ ଆଖି ଯାଏ ନିରେଖି 

   ମନ ଏ ତୁମ ଶ୍ରୀମୁଖ ଖୋଜେ ll

 

ଲକ୍ଷ ଲକ୍ଷ ଭକ୍ତ ଭାବ ପ୍ରବଣ 

      ତୁମ ଶ୍ରୀମୁଖ ଦର୍ଶନ ପାଇଁ

ପାଟ ପିତାମ୍ବର ଦିଶେ ସୁନ୍ଦର

       ମଥା ଏ ଯାଏ ତୁମଠି ନଇଁ ll

 

କୃପା କର ପ୍ରଭୂ ତୁମ ଆଶୀଷ

     ନରହୁ ଏହି ସଂସାରେ ଦୁଃଖ

ହରି ନିଅ ମନରୁ କଷ୍ଟ ଦୁଃଖ

     ଦେଖାଇ ତୁମ ଦିବ୍ୟ ଶ୍ରୀମୁଖ ll

 

କୋଟି ଅବତାର ନିଅ ଜଗତେ

       ଦେଖାଇ ତୁମ ଭୁବନ ରୂପ

ଭକ୍ତ ଦାସିଆର ଡାକ ଶୁଣିଲ

        ବଢ଼ାଇ ତୁମ ହସ୍ତ ସ୍ୱରୂପ ll

 

ବରଷକେ ଥରେ କରୁଛ ବିଜେ

     ବଳଭଦ୍ର ସୁଭଦ୍ରାଙ୍କ ସାଥେ

ଦେଖି ନିଅ ତୁମେ ହେ ଜଗନ୍ନାଥ

      ଆଶୀର୍ବାଦ ଦିଅ ତୁମ ହାତେ ll

   ତ୍ରିନାଥ ପଟ୍ଟନାୟକ

    ( ଅଧ୍ୟାପକ ତଥା କବି)
  ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
 ପୋ:ଜିଲ୍ଲା- କୋରାପୁଟ

     

Related posts

ପ୍ରଜା ପିତା ବ୍ରହ୍ମ କୁମାରୀ ପକ୍ଷରୁ ଶିବ ଜୟନ୍ତୀ ପାଳିତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଶିଶିର ସାରସ”

Sunil Chandra Nayak

ଦାବୀ ପୂରଣ ନହେଲେ ଆନ୍ଦୋଳନ ର ଚେତାବନୀ ଦେଲେ ବିସ୍ଥାପିତ ଜନ ପ୍ରତିନିଧି 

Sunil Chandra Nayak

Leave a Comment

error: Content is protected !!