ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଶାଗ୍ରସ୍ତ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମୟୂରଭଞ୍ଜ -୨୯/୬/୨୨ (ମସିହା) ମଦ ନେଉଛି ଜୀବନ । ଅଧିକାଂଶ ପରିବାର ଅକାଳରେ ଚୂରମାର । ନିଶାଗ୍ରସ୍ତ ଙ୍କ କବଳରେ ଘରେ ବୁଢ଼ାବୁଢ଼ୀ, ସ୍ତ୍ରୀ,ଛୁଆପିଲା ।ସମାଜ ହେଉଛି ଅଶାନ୍ତ ।ଆଇନ କାନୁନକୁ ନିଶାଗ୍ରସ୍ତ ଙ୍କ ଫୁ ।ଏଭଳି ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଗ୍ରାମ ପଞ୍ଚାୟତର ଡୋଲାଯୋଡି ଗ୍ରାମରେ ।ଡୋଲାଯୋଡି ଗ୍ରାମର ବୁଢ଼ାନ ବାସ୍କେ(୫୮) ଓ ତା’ର ସ୍ତ୍ରୀ ଦେଉଲା ବାସ୍କେ(୪୬) ମଙ୍ଗଳବାର ଦିନ ଅପରାହ୍ନରେ ସ୍ଥାନୀୟ ରତନସାହି ହାଟକୁ ଯାଇ ଘର ପାଇଁ ତେଲ ,ଲୁଣ, ପନିପରିବା ନେଇକି ଆସିଥିଲେ ।ବାଟରେ ବୁଢାନ ମଦ ପିଇ ଘରକୁ ଫେରିଥିବା ।ମଧ୍ୟ ରାତ୍ରରେ ନିଶାଗ୍ରସ୍ତ ବୁଢ଼ାନ ଓ ତାର ସ୍ତ୍ରୀ ଦେଉଲାଙ୍କ ମଧ୍ୟରେ ପାରିବାରିକ ସମସ୍ୟା ନେଇ ଉଚ୍ଚବାଚ ଓ ଯୁକ୍ତିତର୍କ ହୋଇଥିଲା । ଏଥିରେ ଚଣ୍ଡାଳ ସ୍ବାମୀ ଵୁଢାନ ହିତାହିତ ଜ୍ଞାନ ଭୁଲି ଏକ କୁରାଢି ବାହାର କରି ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ ର ମୁଣ୍ଡରେ ଏକ ଚୋଟ ମାରିଥିଲା ।ସେଠାରେ ଦେଉଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ଓ ମୃତ୍ୟୁ ବରଣ କରିଥିଲା । ଘଟଣାକୁ ଘରର ଛୁଆମାନେ ଦେଖିଛନ୍ତି ।ପରେ ବୁଢ଼ାନ ଘର ଛାଡ଼ି ସେହି ଗ୍ରାମର ତା’ର ଭଉଣୀ ଘର ଆସ୍ମେତ ସୋରେନ ଘରକୁ ଯାଇ ସବୁ ଘଟଣା କହିଥିଲା ।ଘରେ ବୁଢାନର ଛୁଆ ଧନଞ୍ଜୟ, ରୁକ୍ମିଣୀ,ଚିତା ଓ ପୃଥୁ ଥିଲେ ।ତିରିଂ ଥାନାଧିକାରୀ ପ୍ରଫୁଲ୍ଲ ବାରିକ ସକାଳେ ଖବର ପାଇ ଘଟଣାସ୍ଥଳରେ ସ୍ଥଳେ ପହଞ୍ଚି ତଦନ୍ତ କରିଥିଲେ ।ତଦ ସହ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ।ଦେଉଲାର ଭାଇ ବାଳିକା ବାସ୍କେଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ୭୮/୨୨ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।ଦେଉଲାର ଭାଇ ବାରିସାଙ୍କ କହିବା ଅନୁଯାୟୀ ଦିର୍ଘ ୫ ବର୍ଷ ହେଲା ଭିଣୋଇ ଓ ଭଉଣୀ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ବିଶ୍ବ ସ୍ତନ୍ଯପାନ ସପ୍ତାହ ପାଳିତ

Sunil Chandra Nayak

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ 

Sunil Chandra Nayak

ଏଟିଏମ ଲୁଟ ହୋଇଥିବା ଟଙ୍କା ଜବତ

Sunil Chandra Nayak

Leave a Comment

error: Content is protected !!