ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଡ଼ିବନ୍ଧ ନିର୍ମାଣ ନ ହେବା ଯୋଗୁଁ ୨୫ ରୁ ଉର୍ଦ୍ଧ୍ବ ଗାଁ ମାନଚିତ୍ରରୁ ନିଜର ଅସ୍ତିତ୍ବ ହରାଇବେ

ବର୍ଷା ଆସିଲେ ଆତଙ୍କିତ ହାତୀନଦୀ କୂଳବାସୀ

ନଦୀର ୫୫ କିମି ଉପକୂଳ ଏବେ ବିପଦରେ

କଳାହାଣ୍ଡି ଜିଲ୍ଲାରେ ହାତୀନଦୀ କୁଳ ଲଂଘୁ ଥିବା ଯୋଗୁଁ ବର୍ଷା ଆସିଲେ କୁଳିଆ ଅଧିବାସୀ ମାନେ ଆତଙ୍କିତ ହୋଇ ପଡ଼ନ୍ତି । ବର୍ଷ ବର୍ଷ ଧରି ହାତୀନଦୀ କୂଳରେ ଆଡିବନ୍ଧ ନିର୍ମାଣ ପ୍ରତିଶ୍ରୁତି ପାଣିରଗାର ପାଲଟିଛି । ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଗାଁ କୁଳ ଖାଉଥିବା ଯୋଗୁଁ ଆଗକୁ ଆଡ଼ିବନ୍ଧ ନିର୍ମାଣ ପାଇଁ ପଦକ୍ଷେପ ନନେଲେ ପରିସ୍ଥିତି ଶୋଚନୀୟ ହେବା ଆଶଙ୍କା କରା ଯାଇଛି ।

ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବାପରେ ନିଷ୍କାସିତ ଜଳ ହାତୀନଦୀରେ ଛଡ଼ାଯିବା ଯୋଗୁଁ ନଦୀ କୁଳିଆ ଆଦିବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ୧୯୯୪ ମସିହାରୁ ହାତୀନଦୀରେ ନିଷ୍କାସିତ ଜଳ ଛଡା ଯାଉଥିବା ଯୋଗୁଁ ବର୍ଷସାରା ଅତ୍ୟଧିକ ପାଣି ବୋହିଥାଏ । ବର୍ଷା ଦିନେ ଇନ୍ଦ୍ରାବତୀର ନିଷ୍କାସିତ ଜଳ ଓ ନାଳ ମାନଙ୍କ ସଂଯୋଗ ଯୋଗୁଁ ହାତୀ ନଦୀରେ ଅତ୍ୟଧିକ ଜଳ ପ୍ରଭାହିତ ହୋଇଥାଏ । ଫଳରେ ପ୍ରତିବର୍ଷ ନଦୀ କୁଳ ଖାଇବାରେ ଲାଗିଛି । ଫଳରେ ନଦୀ ତଟ ବାସୀ ଆତଙ୍କିତ ଅବସ୍ଥାରେ ରହିଥାନ୍ତି ।

 ବର୍ତ୍ତମାନ ହାତୀନଦୀ କୂଳରେ ଥିବା ୨୫ରୁ ଉର୍ଦ୍ଧ୍ବ ଗାଁ ର କୁଳ ଖାଉଥିବା ଯୋଗୁଁ ପ୍ରତିବର୍ଷ ମାଟି ଧୋଇ ନେଉଛି । ବର୍ଷା ଦିନେ ନଦୀ କୁଳିଆ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି । କୁଳ ଖାଉଥିବା ଯୋଗୁଁ ନଦୀ କୂଳରେ ଥିବା ଅନେକ ଚାଷୀଙ୍କ ଚାଷ ଜମି ହ୍ରାସ ପାଇବାରେ ଲାଗିଛି । ଇନ୍ଦ୍ରାବତୀ ପ୍ରକଳ୍ପର ଶକ୍ତି ଉତ୍ପାଦନ ପରେ ନିଷ୍କାସିତ ଜଳ ପ୍ରତିଦିନ ହାତୀନଦୀରେ ଛଡା ଯାଉଥିବା ଯୋଗୁଁ ଗାଁ ଗୁଡିକର କୁଳ ଏବେ ବିପଜ୍ଜନକ ଅବସ୍ଥାରେ ଅଛି ।

ବନ୍ୟା ଆସିଲେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ହାତୀନଦୀ କୁଳିଆ ଗ୍ରାମବାସୀଙ୍କ କଥା ମନେ ପଡେ । କିନ୍ତୁ ବନ୍ୟା ପରେ ଆଡ଼ିବନ୍ଧ ଦାବୀ ସରକାରୀ ଫାଇଲ ଭିତରେ ହଜିଯାଏ । ରାଜ୍ୟ ସରକାର ଏନେଇ ହାତୀ ନଦୀରେ ପ୍ରାୟ ୫୫ କିଲୋମିଟର ନଦୀକୂଳ ଅସୁରକ୍ଷିତ ଥିବା ଯୋଗୁଁ ଆଡ଼ିବନ୍ଧ ନିର୍ମାଣ ଓ ବ୍ୟାପକ ବୃକ୍ଷ ରୋପଣ ପାଇଁ ଠୋସ ପଦକ୍ଷେପ ନନେଲେ ୨୫ ରୁ ଉର୍ଦ୍ଧ୍ବ ଗାଁ ମାନଚିତ୍ରରୁ ନିଜର ଅସ୍ତିତ୍ବ ହରାଇବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା – ଗ୍ରୀଷ୍ମକାଳୀନ କରାଟେ ଶିବିର ଉଦଯାପିତ ଓ ପ୍ରମାଣ ପତ୍ର ବଣ୍ଟନ

Sunil Chandra Nayak

ନୂତନ ଭାବରେ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!