ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଶ୍ରୀଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

ଧର୍ମଗଡ: ୨୯/୬/୨୨: ଆଜି ଧର୍ମଗଡ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଶ୍ରୀଜୀଉ ଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦେବସ୍ନାନ ପୂର୍ଣ୍ଣିମା ପର ଠାରୁ ୧୪ ଦିନ ଧରି ଅଣସର ଘରେ ଅସୁସ୍ଥ ଥିବା ଶ୍ରୀ ଜୀଉ ସୁସ୍ଥ ହୋଈ ଆଜି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏଥି ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଆଜି ଚଳ ଚଞ୍ଚଳ ହୋଇଉଠିଥିଲା । ରୀତି ନୀତି ଅନୁଯାୟୀ ଶ୍ରୀ ଜୀଉ ମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କର୍ତ୍ତା ଭାବେ ଜଗବନ୍ଧୁ ମିଶ୍ର ପତ୍ନୀ ଶକୁନ୍ତଳା ମିଶ୍ର ଦାୟିତ୍ୱ ନିର୍ବାହ କରିଥିବା ବେଳେ ମୁଖ୍ୟ ପୂଜକଭାବରେ ଶ୍ରୀଯୁକ୍ତ ପ୍ରଭାକର ନନ୍ଦ ଓ ମନ୍ଦିର ସ୍ଥାୟୀପୂଜକ ଭଣ୍ଡେଶ୍ବର ଆଚାର୍ଯ୍ୟ ପୂଜାର୍ଚ୍ଚନା କରିଥିଲେ । ଶିଳ୍ପୀ ମୁରଲୀଧର ମହାରଣା ଶ୍ରୀ ଜିଉ ମାନଙ୍କୁ ରଙ୍ଗ ଓ ବେଶ କରିଥିଲେ । ପୂଜା କମିଟିର ସୁରେଶ୍ଚନ୍ଦ୍ର ମୁଣ୍ଡ (ଗାୟତ୍ରୀ),ଲକ୍ଷ୍ମୀକାନ୍ତ ଖମାରୀ ପୂଜାର ଆନୁସଙ୍ଗିକ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ। ପ୍ରାସାଦ ପ୍ରସ୍ତୁତ ଦାୟିତ୍ୱ ସୁରେଶ୍ଚନ୍ଦ୍ର ମୁଣ୍ଡ, ଲଳିତ ଅଗ୍ରୱାଲ୍ , ଟ୍ରଷ୍ଟର ଉପସଭାପତି ତୁଷାର ପାଟ୍ଟଯୋଶୀ, ସଦସ୍ଯ ସନ୍ତୋଷ ମେହେର, ହୃଷିକେଶ ମିଶ୍ର, କୃପାସିନ୍ଧୁ ପଣ୍ଡା, ସୁରେନ୍ଦ୍ର ନାଥ ମୁନି ପ୍ରମୁଖ ସଦସ୍ଯ ଙ୍କ ତତ୍ତ୍ବାବଧାନରେ ସମ୍ପାଦନ ହୋଇଥିଲା। ସମ୍ପାଦକ ନିରଞ୍ଜନ ମହାପାତ୍ର ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ଭକ୍ତ ଓ ଶ୍ରଦ୍ଧାଳୁମାନେ ମାନେ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରି ପୁଣ୍ଯାର୍ଜନ କରିବା ସହ ପ୍ରଭୁ କୃପା ଲାଭ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ଝାଡା ବାନ୍ତି ରେ ଶିଶୁ ମୃତ     

Sunil Chandra Nayak

ବେଦାନ୍ତ ଲିମିଟେଡ ଦ୍ୱାରା କ୍ରୀଡ଼ା ପ୍ରତିଭା ଲାଲୁପ୍ରସାଦ ଭୋଇଙ୍କ ପରିବାରକୁ ସମ୍ବର୍ଦ୍ଧନା 

ଜାନକୀ ମହାନ୍ତ ଙ୍କ କବିତା ମୋ’ ସିନ୍ଥି ସିନ୍ଦୂର

Sunil Chandra Nayak

Leave a Comment

error: Content is protected !!