ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ପାଘାତରେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ

ବାଲେଶ୍ଵର,୩୦/୬/୨୨- ଶୋଇବା ଅବସ୍ଥାରେ ସର୍ପାଘାତରେ ବାଳକର ମୃତ୍ୟୁ । ଘଟଣା ଘଟିଛି ଖଇରା ଅଞ୍ଚଳରେ । ଖବର ସଂଗ୍ରହରୁ ଜଣାପଡିଛି ଯେ ବାଲେଶ୍ଵର ଜିଲ୍ଲା ଖଇରା ଥାନା କଇଥଗଡିଆ ପଞ୍ଚାୟତ ଦାମୋଦରପର ଗ୍ରାମର କରୁଣାକର ପ୍ରଧାନଙ୍କ ପୁଅ ତାପସ କୁମାର ପ୍ରଧାନ(୧୩) ଦାମୋଦରପୁର ସ୍କୁଲର ୮ମ ଶ୍ରେଣୀ ଛାତ୍ର ଥିଲା । ସେ ଗତ ତା ୨୮/୬/୨୨ ରିଖ ରାତିରେ ଖାଇପିଇ ଶୋଇଥିଲା । ବିଳମ୍ବ ରାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହଠାତ୍ ଚିତ୍କାର କରି ଉଠିଥିଲା ତାପସ । ଚିତ୍କାର ଶୁଣି ପରିବାର ଲୋକେ ଉଠି ତାପସ ଗୋଡରେ ରକ୍ତସ୍ରାବ ହେଉଥିବାର ଦେଖିବାକୁ ପାଇଥିଲେ । ଉକ୍ତ ରକ୍ତସ୍ରାବ ଦେଖି ପ୍ରଥମେ ସାପ କୁମୁଡି ଥିବାର ସନ୍ଦେହ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ନେଇଥିଲେ । ଅଧିକ ଚିକିତ୍ସା ପାଇଁ ଭଦ୍ରକ ନେଉଥିବା ସମୟରେ ବାଟରେ ମୃତ୍ୟୁ ହୋଇଥିଲା । ପ୍ରକାଶ ଥାଉକି ପିତା କରୁଣାକର ପ୍ରଧାନଙ୍କର ୨ ପୁଅ ମଧ୍ୟରୁ ବଡ଼ ପୁଅ ଥିଲା ତାପସ । ପୁତ୍ରକୁ ହରାଇ ପିତା କରୁଣାକର ପ୍ରଧାନ ଓ ମାତା ମିତାଞ୍ଜଳୀ ପ୍ରଧାନ ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରାଥମିକ ତଦନ୍ତରୁ ସର୍ପାଘାତ ଜନିତ ମୃତ୍ୟୁ ଜଣାପଡିଛି । ଶବଦାହ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଏଣିକି ଏଟିଏମରେ ମିଳିବ ରାସନ, ଭୁବନେଶ୍ୱରରୁ ଆରମ୍ଭ ହେବ ବ୍ୟବସ୍ଥା

Sunil Chandra Nayak

ଜାମଦା ଓ ବେଲପୋଷି ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!