ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ଭାବଗ୍ରାହୀ ଭଗବାନ 

   ଭାବଗ୍ରାହୀ ଭଗବାନ 

        ବାଲାଜି ସେଠୀ

 

କେଉଁ ପୁଣ୍ୟ କରି ଦାସିଆ ବାଉରୀ

ହେଲା ତୋ ପରମ ଭକ୍ତ

କେଉଁ ପାପଧନ କଲା ହୀନିମାନ

ତୋ କୃପାରୁ ମୁଁ ବଞ୍ଚିତ

ଭକ୍ତ ସେ ପତିତ ଟେକି ଦୁଇ ହାତ

ଥିଲା ତୋର ଅନୁରକ୍ତ  

ତା ହାତୁ ନଡ଼ିଆ ନେଲୁ ରେ କାଳିଆ

ଛୁଇଁ ତୋର କଳା ହାତ ।।

ତୋ ଛୁଆଁର ତାପ କୋଟି ଜନ୍ମ ପାପ

ଦେଲାରେ କାଳିଆ ଜାଳି

କେଉଁ ଭାବ ତା ଠି ଦେଲୁ ରେ ଲଗାଇ

କେହି ନପାରନ୍ତି କଳି ।।

ପାପୀଟିଏ ଅବା ତପୀଟିଏ ହେଉ

ତୋ ପାଇଁ ସମାନ ହରି

ତୁ କୃପା ନିଧାନ ପତିତ ଉଦ୍ଧାର 

କୋପେ ଅବା କୃପା କରି ।।

ପୋଛି ଦେ ରେ ମନୁ କୁତ୍ସିତ କଳୁଷ

ତୁ ପରା ଭଗବାନ

କରି ଦେ ପଛକେ ଦାଣ୍ଡର ଭିକାରୀ

ଦେ ଥରେ ଦରଶନ ।।

 

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

Sunil Chandra Nayak

ଯୁବଶକ୍ତି ସମର୍ପିତ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

କଳସଯାତ୍ରା ସହ ଖପରାମାଲ ରେ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ

Leave a Comment

error: Content is protected !!