ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭାବଗ୍ରାହୀ

  ଭାବଗ୍ରାହୀ

ଉପେନ୍ଦ୍ର କୁମାର ବସ୍ତିଆ

 

ତୁମେ ପରବ୍ରହ୍ମ ନୀଳାଦ୍ରି ବିହାରୀ 

    ତୁମେ ଜଗତର ନାଥ  

ଭାବକୁ ନିକଟ ଅଭାବକୁ ଦୂର 

   ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ର ।

 କିଏ କହେ ପୁଣ୍ୟ ନୀଳାଚଳ ଧାମ 

    କିଏ କୁହେ ପୁରସ୍ତମ । 

 ଚାରିଧାମେ ଶ୍ରେଷ୍ଠ ଅଟେଇ ଶ୍ରୀକ୍ଷେତ୍ର 

      ଶିଳାଖଣ୍ଡ ଶାଳଗ୍ରାମ ।

  ବଡ ଦେଉଳର ମହିମା ଅପାର 

     ତୁମେ ପ୍ରଭୁ ବଡ ସାକ୍ଷୀ 

ତୁମ ଶ୍ରୀ ବଦନ ଦେଖିଦେଲେ ଥରେ 

     ଆଖିଯାଏ ସତେ ଲାଖି ।

ଆନନ୍ଦ ବଜାର ଶ୍ରୀ ମହାପ୍ରସାଦ 

      ପୁଣ୍ୟ ବଡ଼ଦାଣ୍ଡ ଧୂଳି 

ପାଇଛି ଆଦର ତୁମ ସ୍ଵର୍ଗଦ୍ଵାର 

      ପୁଣ୍ୟ ସେ ଶରଧାବାଲି । 

ସୀମାହୀନ ନୀଳ ସାଗରର ଢେଉ 

    ନାଚି ନାଚି ଯାଉଥାଏ 

ନୀଳଚକ୍ରେ ଉଡେ ପତିତପାବନ

    ବାନାସାମ୍ୟ ଗୀତି ଗାଏ।

ଜଗତର ନାଥ ଆହେ ଜଗନ୍ନାଥ 

        ଧନ୍ୟ ମହିମା ତୁମର 

ତୁମନାମ ଜପି ଯାଉ ଏ ଜୀବନ 

       ଏତିକି କରୁଣା କର ।

  ରାଉରକେଲା

 

Related posts

ଶିକ୍ଷା ବିଭାଗ ର ବିକଳ ଚିତ୍ର : ବିଦ୍ୟାଳୟ ଗୃହ ନିର୍ମାଣ ସାତ ବର୍ଷ ହେଲା ଅଧପନ୍ତରିଆ : ଝୁପୁଡି କୁଡ଼ିଆରେ ଚାଲିଛି ଶିକ୍ଷାଦାନ

Sunil Chandra Nayak

ଯୋଜନା ର ଅନ୍ତ ନାହିଁ କିନ୍ତୁ ଭରତ ରହୁଛି ପଲିଥିନ ଦିଆ ଝାଟିମାଟି କୁଡ଼ିଆରେ ,କେବେ ପଡ଼ିବ ପ୍ରଶାସନ ର ଦୃଷ୍ଟି ?

Sunil Chandra Nayak

ଆଗକୁ ରାକ୍ଷୀ ପୂର୍ଣିମା – ଦୂର ଦୁରାନ୍ତକୁ ରାକ୍ଷୀ ପଠାଇବା ପାଇଁ ଡାକ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!