ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ   ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନଗର ପରିକ୍ରମା

ନର୍ଲା: (ମନିସ) ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ,ପରମ ତ୍ୟାଗୀ,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟ ତିଥିରେ ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ ସେବା ଓ ସେବକ ସପ୍ତାହ ପାଳନ ଅବସରରେ ନଗର ପରିକ୍ରମା କରାଯାଇଛି। ଗତ ଜୁନ ୨୯ ରୁ ଜୁଲାଇ ୫ ଯାଏଁ ୭ ଦିନ ଧରି ସେବା ଓ ସେବକ ସପ୍ତାହ ପାଳନ ଚାଲିଥିବା ବେଳେ ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସଙ୍କ ନେତୃତ୍ୱରେ ଆଜି ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନର୍ଲା ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ ଏକ ସାଧାରଣ ସଭା କରି ଏଥିରେ ଉତ୍କଳମଣି ଗୋପବନ୍ଧୁଙ୍କ ଓଡିଶା ପ୍ରତି ଅତୁଳନୀୟ ଅବଦାନ ଏବଂ ଓଡିଶା ବାସୀଙ୍କ ପାଇଁ କରିଯାଇଥିବା ସେବା ବିଷୟରେ ସ୍ମୃତି ଚାରଣ କରିଥିଲେ। ଗୋପବନ୍ଧୁ କେବଳ ବ୍ୟକ୍ତି ନୁହନ୍ତି,ସେ ଓଡିଆ ଜାତିର ଶକ୍ତି ବୋଲି ସ୍ମୃତି ସଭାରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ମତଦାନ କରିଥିଲେ। ଏହାପରେ ଏକ ଭବ୍ୟ ଶୋଭାଯାତ୍ରା ନର୍ଲା ହାଇସ୍କୁଲରୁ ବାହାରି ନର୍ଲା ନଗର ପରିକ୍ରମା କରିଥିଲା । ଏଥିରେ ନର୍ଲା ସମାଜ ପ୍ରତିନିଧି ମନୋଜ କୁମାର ଷଡଙ୍ଗୀ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ନର୍ଲା ବିଧାୟକ ଭୁପିନ୍ଦର ସିଂହଙ୍କ ସୌଜନ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ବରିଷ୍ଠ କର୍ମଚାରୀ ସୁବାସ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଓଡିଆ ସିନେମାର ଦୃଷ୍ଟିକୋଣ ବଦଳାଇଦେଲା ‘ଦୃଷ୍ଟିକୋଣ’

ଆସନ୍ତା ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିବ ସେଲିବ୍ରେସନ କମିଟି

Sunil Chandra Nayak

ସମାଜସେବୀକା ସବିତା ବେହେରା ଏବଂ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ  ଙ୍କ  ପ୍ରଚେଷ୍ଟା ରେ କିଡନୀ ରୋଗୀ ଗୋବିନ୍ଦ ସିଂହ ଙ୍କ ମୁହଁରେ ହସ ଫୁଟିଲା 

Sunil Chandra Nayak

Leave a Comment

error: Content is protected !!