ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭ୍ରମର ବାଗ ଙ୍କ କବିତା ହେ କଳା ଠାକୁର 

     ହେ କଳା ଠାକୁର 

ହେ କଳା ଠାକୁର… କଳା ଠାକୁର…

       ତୁ ପରା ବୁଝୁ ଦୁଃଖୀ ଖବର…,

              ଏବେ ତୁ କୃପା ସାଗର

               କିବା ତୁ ନିଦା ପଥର କିଛି ବୁଝି ବିଚାରି ହୁଏନା…..

ତୋର ଅନ୍ତର ହେ କଳା ଠାକୁର…..

                 ( O 

ତୁ ତ ଛପନ ଭୋଗ ଉପରେ ଖାଉ ଅଭଡ଼ା

ମୋତେ ଖାଇବାକୁ ଦେଉ ବେଢ଼ି ଉପରେ କୋରଡ଼ା,

            ନବୁଝୁ ତୁ ଦୁଃଖୀ ଦୁଃଖ

              ହେଉ ଏଡେ ବିବେକ,

ପ୍ରଭୁ ହୋଇ ଏକି ତୋର…..

ଅନ୍ୟାୟ ବିଚାର… ହେ କଳା ଠାକୁର

                  ( ୧ )

କାହା ପାଲିଙ୍କି ଉପରେ ଟେକୁ, ତୁ ପାଟ ଛତା

କାହା ବୋଝର ଉପରେ ଲଦୁ, ତୁ ନଳିତା ବିଡା,

               କାକୁ ଦେଉ ସୁଖ ସୁନା

               ବୁଲାଉ କା କଳା କନା,

ତୁ ନାଟର ଗୋବର୍ଦ୍ଧନ, ଅନର୍ଥର ମୂଳ

ହେ କଳା ଠାକୁର……..

                  ( ୨ )

ତୋତେ ଡାକି ହେଉ ଲାଭ କ୍ଷତି, ଶୁଭ ଅଶୁଭ

ତୋତେ ଭରସା କରିଥିବ ଏ ଆରତ ଗରିବ,

              କରିଲେ ବି ତୁହି ପର

              ମଣିବ ତୋତେ ନିଜର,

ରହିଥିବି ଯେତେ ଦିନ,ମର ସଶରୀର

ହେ କଳା ଠାକୁର… କଳା ଠାକୁର…

ତୁ ପରା ବୁଝୁ ଦୁଃଖୀ ଦୁଃଖ……

                    ( ୩ )

ଭ୍ରମର ବାଗ

ସିନାପାଲି, ନୂଆପଡ଼ା

Related posts

ଖଇରା ବ୍ଲକରେ ୧୦ମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ବର୍ଷା ମହାପାତ୍ର

ବିଜୁ ଯୁବ ଛାତ୍ର ଜନତା ଦଳ ଓ ଭବାନୀ କ୍ଲବ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

କବିତା – ଅଭିମାନୀ ସ୍ୱର

Sunil Chandra Nayak

Leave a Comment

error: Content is protected !!