ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କଟକ

ବାଲେଶ୍ଵର,୦୨/୭/୨୨- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଫେସବୁକ୍ ଗୃପରେ ଗତ ତା ୦୧/୭/୨୨ରିଖ ଶୁକ୍ରବାର ଚଳିତ ବର୍ଷର ୭ମ ପର୍ଯ୍ୟାୟ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ ଫଟୋ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ରଶ୍ମିତା ଧଳ, ଚୌଦାର, କଟକ, ସୁନନ୍ଦା ମହାନ୍ତି, ସାକ୍ଷୀଗୋପାଳ, ପୁରୀ, ଦେବେନ୍ଦ୍ର ମିଶ୍ର, ବୌଦ୍ଧ, ସ୍ବର୍ଣ୍ଣଲତା ଦାଶ, ଇନ୍ଦିପଟ୍ଟା, ନୟାଗଡ଼, ତାନଶ୍ରୀ ପାଣିଗ୍ରାହୀ, ବାଲିଆ, ବାଲେଶ୍ଵର, ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ଼, ପ୍ରଶାନ୍ତ ବେହେରା, ସନ୍ତିଆ, ଜଳେଶ୍ବର, ବାଲେଶ୍ଵର, ଶତାବ୍ଦୀ ପଟ୍ଟନାୟକ, କଟକ, ବନ୍ଦନା ମହାପାତ୍ର, ଗଞ୍ଜାମ, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ଚୁମକି ଦାଶ, ବଲାଙ୍ଗୀର ଓ ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର ପ୍ରମୁଖ ଭାଗନେଇ ଫଟୋଚିତ୍ର ପୋଷ୍ଟ କରିଥିଲେ । ସରସ୍ବତୀ ପଣ୍ଡା ଯାଜପୁର ଏବଂ ସୁନିତା ପରିଡା ବାଲେଶ୍ଵରଙ୍କୁ ନେଇ ଫଟୋ ଗୁଡିକୁ ସମୀକ୍ଷା କରାଯାଇଥିଲା । ଯାହର ଫଳାଫଳ ଆଜି ପ୍ରକାଶ ପାଇଛି । ପ୍ରତ୍ୟେକ ଥର ପରି ଏଥର ପ୍ରଥମ ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି । ପୁରୁଷ ଫଟୋ ସଂଖ୍ଯା ମାତ୍ର ୨ଟି ଥିବାରୁ ବିଚାରକୁ ନିଆଯାଇନାହିଁ । ସମସ୍ତଙ୍କୁ ପଛରେ ପକାଇ କଟକ ଜିଲ୍ଲାର ଶତାବ୍ଦୀ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ସେହିପରି ସୁସ୍ମିତା ମହାପାତ୍ର ଦ୍ବିତୀୟ ଏ ରଶ୍ମିତା ଧଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସାର୍ଟିଫିକେଟ ଓ ମାନପତ୍ର ଗ୍ରହଣ କରିବା ପାଇଁ ଶ୍ରୀମତୀ ପଟ୍ଟନାୟକଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଅନୁରୋଧ କରିଛନ୍ତି । ଚଳିତ ବର୍ଷ କେବଳ ପ୍ରଥମ ପ୍ରତିଯୋଗୀଙ୍କୁ ବାର୍ଷିକ ପ୍ରୋଗ୍ରାମରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ, ଯାହା ଅନୁଷ୍ଠାନ ଦ୍ବାରା ଘୋଷଣା କରାଯାଇଅଛି । ଅନ୍ୟମାନେ ପ୍ରୋଗ୍ରାମକୁ ଆସିଲେ ସେମାନଙ୍କୁ କେଵେ ଅସମ୍ମାନ କରାଯିବ ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ମମତା ସାହୁ ଙ୍କ କବିତା କୁଆଁର ପୁନେଇ ଜହ୍ନ

Sunil Chandra Nayak

ତିନି ଫେରାର ଆସାମୀ ଗିରଫ

Sunil Chandra Nayak

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

Sunil Chandra Nayak

Leave a Comment

error: Content is protected !!