ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୃଢ଼ ଇଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା,ଗୁରୁଣ୍ଡି ଗୁରୁଣ୍ଡି ରାସ୍ତା ମରାମତି କଲେ ଦିବ୍ୟାଙ୍ଗ

ପ୍ରଶାସନ ରାସ୍ତା ନିର୍ମାଣ କଲା ନାହିଁ ନିଜେ ରାସ୍ତା ମରାମତି କଲେ ଦିବ୍ୟାଙ୍ଗ

                ଭିଡିଓ ଭାଇରାଲ

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦୁଇଟି ଯାକ ଗୋଡ ପୋଲିଓ ରେ ଆକ୍ରାନ୍ତ ହୋଇ ଅଚଳ, ତଥାପି ଗୁରୁଣ୍ଡି ଗୁରୁଣ୍ଡି ହାତରେ ଫାଉଡା ଧରି ରାସ୍ତା ମରାମତି କରିଚାଲିଛନ୍ତି ଦିବ୍ୟାଙ୍ଗ। ଯେଉଁଠି ସୁସ୍ଥ ସବଳ ଲୋକ ରାସ୍ତାର ଖାଲକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି,ସେଠି ଗାଁର ସମସ୍ୟାକୁ ଅଣଦେଖା କରି ପାରିନାହାନ୍ତି ଦିବ୍ୟାଙ୍ଗ ଜଣକ।ନିଜ ଟ୍ରାଇ ସାଇକେଲ କୁ ସାଇଡ଼ କରି କେତେବେଳେ ଫାଉଡା ରେ ମାଟି କାଢୁଛନ୍ତି ତ ଆଉ କେତେବେଳେ ହାତରେ ମାଟି ସାଉଁଟି ରାସ୍ତା ର ଗାତ ପୋତୁଛନ୍ତି । ଏମିତି ଏକ ଭିଡ଼ିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ଙ୍କ ପାଇଁ ଯେତିକି ପ୍ରଶଂସା ଫୁଟି ଉଠିଛି ତାହାଠୁ ଅଧିକା ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ପାଇଁ ଭର୍ତ୍ସନା ଦେଖିବାକୁ ମିଳିଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ ଜୋରପଡା ଗାଁ ର। ଏହି ଗାଁର ଗଣେଶ ନାଏକ ଜନ୍ମରୁ ପୋଲିଓ ଆକ୍ରାନ୍ତ ତାଙ୍କ ଦୁଇ ଟି ଗୋଡ଼ ଅଚଳ,ଠିଆ ହେବା ବି ତାଙ୍କ ପ୍ରତି ସମ୍ଭବ ନୁହେଁ । କିନ୍ତୁ ସେ ଅନ୍ୟ ଉପରେ ନିର୍ଭର ନ କରି ସ୍ୱାଭିମାନ ସହ ନିଜେ ପରିବା ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ସେହିପରି ଅନ୍ୟ ଠାରୁ ଅର୍ଡର ନେଇ ତାଙ୍କ ତିନିଚକିଆ ଟ୍ରାଇ ସାଇକେଲରେ ରେ ଘରକୁ ଘର ଯାଇ ପନିପରିବା ପହଞ୍ଚାଇ ଥାନ୍ତି । ହେଲେ ଯାତାୟତ ବେଳେ ବିଭିନ୍ନ ସମୟରେ ତାଙ୍କ ପାଇଁ ବାଟ ହୁଡ଼ି ଥାଏ ଗାଁର ଶୋଚନୀୟ ରାସ୍ତା। ଖାଲ ଖମାରେ ଭରା ଜୋରପଡ଼ାଠାରୁ କେରମୁଣ୍ଡା ରାସ୍ତାରେ ଯିବା ଆସିବା ବେଳେ ଅନେକ ଥର ଟାଇସାଇକେଲରୁ ଖସି ଖଣ୍ଡିଆଖାଵରା ହୋଇଛନ୍ତି। ଏହି ସମୟରେ ତାଙ୍କ ପନିପରିବା ବି ରାସ୍ତାରେ ପଡି ନଷ୍ଟ ହୋଇଥାଏ। ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନ ଠୁ ଆରମ୍ଭ କରି ସ୍ଥାନୀୟ ନେତା ଙ୍କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ସେହି ରାସ୍ତା ଯାଉଥିବାବେଳେ ପୁଣି ଟ୍ରାଇସାଇକେଲ ରୁ ଖସି ପଡି ଖଣ୍ଡିଆଖାବରା ହୋଇଥିଲେ। ପରେ ସେ କାହାକୁ ଅପେକ୍ଷା ନ କରି ନିଜ ଟ୍ରାଇସାଇକେଲ କୁ ରାସ୍ତା କଡ଼ ରେ ରଖି ନିଜେ ରାସ୍ତା ମରାମତି କରୁଥିବା ଭିଡ଼ିଓ ଭାଇରଲ ହୋଇଛି ।ଗାଁ ପାଖରେ ଥିବା ଏକ ରାସ୍ତାକୁ ମରାମତି କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଦିବ୍ୟାଙ୍ଗ ଗଣେଶ। ଅନ୍ୟପଟେ ତାଙ୍କର ଏହି କାର୍ଯ୍ୟ ପ୍ରଶାସନ ର କାର୍ଯ୍ୟକଳାପ କୁ ଆଙ୍ଗୁଳି ନିର୍ଦେଶ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦପଲା ୨ ପ୍ରାଥମିକ ବିଦ୍ୟାଳୟ ରୁ ଚୋରି ଘଟଣାର ଉଚିତ୍ ତଦନ୍ତ କରିବାକୁ ଏସପି ଙ୍କୁ ଗୁହାରି କଲେ ସ୍ଥାନୀୟ ଅଞ୍ଚଳବାସୀ

Sunil Chandra Nayak

ଗୌଡ଼ ଗୁଡ଼ା  ଗୁମ୍ମା ପୂର୍ଣ୍ଣିମା ପାଳିତ

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ୟାଳୟର +୩ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!